ଜଳେଶ୍ୱର : ବାଲେଶ୍ୱର ଜିଲ୍ଲାର ପୁରାତନ କଲେଜ ଭାବେ ମାନ୍ୟତା ପାଇଥିବା ଜଳେଶ୍ୱର ବ୍ଲକର ଧାନସିମୁଳିଆସ୍ଥିତ ଦୀନକୃଷ୍ଣ କଲେଜରେ ଆଜି ଛାତ୍ର ସଂସଦର ସାଧାରଣ ସଂପାଦିକାଙ୍କୁ ଦୁଇ ଛାତ୍ର ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ଏ ନେଇ କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି।

Advertisment

ଛାତ୍ରଛାତ୍ରୀଙ୍କ ପାନୀୟଜଳ ବ୍ୟବସ୍ଥା ପାଇଁ କଲେଜ ପରିିସରରେ ଥିବା ଫିଲଟର୍‌ ଗତ କିଛିଦିନ ଧରି ଅକାମୀ ହୋଇପଡ଼ିଛି। ଆଜି ଛାତ୍ର ସଂସଦର ସାଧାରଣ ସଂପାଦିକା ଲେଡିଜ୍‌ ହଷ୍ଟେଲରୁ କଲେଜକୁ କ୍ଲାସ କରିବା ପାଇଁ ଆସୁଥିବା ବେଳେ ରାସ୍ତାରେ ଦୁଇ ଛାତ୍ର ଶାସ୍ୱତ ପାତ୍ର ଓ ଅଂଶୁମାନ ଜେନା ଫିଲ୍‌ଟର କାହିଁକି ମରାମତି ହେଉନି ବୋଲି ତାଙ୍କୁ ପ୍ରଶ୍ନ କରିଥିଲେ। ଏହା ପରେ ସାଧାରଣ ସଂପାଦିକାଙ୍କ ସହ ଦୁଇ ଛାତ୍ରଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହେଇଥିଲା। ଶାସ୍ୱତ ପଲ୍ଲବୀଙ୍କୁ ଠେଲିଦେବା ସହ ମାର୍‌ପିଟ୍‌ କରିଥିଲେ ବୋଲି ନିର୍ଦ୍ଦିଷ୍ଟ ଏକ ଛାତ୍ରଗୋଷ୍ଠୀ ଅଭିଯୋଗ କରିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା।