ବାଲେଶ୍ଵର: ବାଲେଶ୍ଵର ଜିଲ୍ଲାର ଶ୍ରିକୋଣା ପଞ୍ଚାୟତର ପଟାପୋଲୋ ଅଞ୍ଚଳର ଏସକେ ଏସ ଭାରତ ଫାଇନାନ୍ସ ଗ୍ରୁପର ଜଣେ ମହିଳାଙ୍କୁ ଆକ୍ରମଣ। ସୂଚନା ଅନୁଯାୟୀ ଏସକେ ଏସ ଭାରତ ଫାଇନାନ୍ସ ଗ୍ରୁପରେ ରେଖା ରାଣୀ ବେରା ଓ ତାଙ୍କ ସ୍ଵାମୀ ତପୁ ଵେରା ୧.୫ ଲକ୍ଷ ଟଙ୍କା ଋଣ ନେଇଥିଲେ । ତେବେ ବିଗତ ୯ ଟି କିସ୍ତି ସେ ଭରୁ ନଥିବା ବେଳେ ଗ୍ରୁପର ଅନ୍ୟ ସଦସ୍ୟାମାନଙ୍କ ସହ କୌଣସି ଯୋଗାଯୋଗ ରଖୁ ନଥିଲେ।

Advertisment

ଗ୍ରୁପ୍ ର ଅନ୍ୟ ସଦସ୍ୟମାନେ ସେମାନଙ୍କୁ ଖୋଜି ଖୋଜି ଆଜି ବାଲେଶ୍ଵର ଅଜୀମାବାଦ୍ ନିକଟ ତାଙ୍କ ମାଉସୀ ଘରୁ ଠାବ କରୁଥିଲେ। ତେବେ ଆଜି ସେହି ଗ୍ରୁପ ସଦସ୍ୟା ରୁବୀ ବିବି ନାମକ ଜଣେ ମହିଳାଙ୍କ ସହ ଅନ୍ୟ ସଦସ୍ୟମାନେ ଟଙ୍କା ମାଗିବାକୁ ଯାଇଥିବା ବେଳେ ତାଙ୍କ ଉପରେ ପନିକିରେ ଆକ୍ରମଣ କରିବା ସହ ଫେରାର ହେବାକୁ ଚେଷ୍ଟା କରୁଥିଲେ। ତେବେ ଆକ୍ରମଣରେ ଶିକାର ହୋଇଥିବା ମହିଳା ରୁବୀ ବିବି ବର୍ତ୍ତମାନ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।