ଜମିବାଡ଼ି ଭାଗବଣ୍ଟାକୁ ନେଇ କଳହ: ଦୁଇ ପୁତୁରାଙ୍କ ଆକ୍ରମଣରେ କକା ଓ ଖୁଡ଼ୀ ଗୁରୁତର

ନୀଳଗିରି: ଜମିବାଡ଼ି ଭାଗବଣ୍ଟାକୁ ନେଇ ଦୁଇ ପୁତୁରାଙ୍କ ମାଡ଼ରେ କକା ଓ ଖୁଡ଼ୀ ଗୁରୁତର ହେବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ଏନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ପୁଲିସ୍ ଉଭୟ ପକ୍ଷରୁ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୁଚନା ଅନୁଯାୟୀ, ବାଲେଶ୍ଵର ଜିଲ୍ଲାର ନୀଳଗିରି ଥାନା ଅନ୍ତର୍ଗତ ବାଲିଗୋହିରି ଗ୍ରାମର ବେଣୁଧର ବେହେରା ଓ ସାନ ଭାଇ ଗଦାଧର ବେହେରାଙ୍କ ପରିବାର ମଧ୍ୟରେ କଳି ହୋଇଛି। ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ବେଣୁଧର, ସ୍ତ୍ରୀ କମଳା, ବଡ଼ପୁଅ ରାଜେଶ, ସାନପୁଅ ଭବେଶ, ଗଦାଧର ଓ ତାଙ୍କ ସ୍ତ୍ରୀ କବିତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। କଣ ପାଇଁ ଗାଳି ଦେଉଛ ବୋଲି ପଚାରିବାରୁ ହଠାତ ବେଣୁଧର ଓ କମଳାଙ୍କୁ  ଭବେଶ ଓ ରାଜେଶ୍ କଟୁରୀ, ଠେଙ୍ଗା, ଲୁହାଛଡ଼ରେ ଆକ୍ରମଣ କରିଥିଲେ। ଏଥିରେ ଗଦାଧରଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିଲା ବେଳେ ସ୍ତ୍ରୀ କବିତାଙ୍କ ବାମହାତ ଭାଙ୍ଗିବା ସହ ପିଠି, ମୁଣ୍ଡରେ ଗଭୀର ଆଘାତ ହେଇଛି। ଏହି ଘଟଣାକୁ ନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର