ନୀଳଗିରି : ନୀଳଗିରି ଥାନା ଅଯୋଧ୍ୟା ମାରୀଚି ମନ୍ଦିରରୁ ପୁରାତନ ମୁର୍ତ୍ତିଚୋରି ଘଟଣାରେ ପୁଲିସକୁ ସଫଳତା ମିଳିଛି। ପୁଲିସ ଉତ୍ତର ପ୍ରଦେଶରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଉଛି ଖତୁଆଳିନଗର ଥାନା ଅନ୍ତର୍ଗତ ଦ୍ୱାରକାପୁରୀ ଅଞ୍ଚଳର ସୁରେଶ ଯାଦବ(୫୦)। ସୁରେଶକୁ ୮୦ ଘଣ୍ଟା ପାଇ ନୀଳଗିରି ପୁଲିସ ଟ୍ରାନ୍ଜିଟ୍ ରିମାଣ୍ଡରେ ଆଣିଛି। ସୂଚନା ଅନୁସାରେ, ଡିସେମ୍ବର ୨୬ରେ ଉକ୍ତ ପୁରାତନ ମୂର୍ତ୍ତିିଟି ଚୋରି ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ୧ କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି କୁହାଯାଇଥିଲା। ମୂର୍ତ୍ତିଚୋରିର ପର୍ଦ୍ଦାଫାସ୍ କରିବା ପାଇଁ ବିଭିନ୍ନ ମହଲରୁ ଦାବି କରାଯାଇଥିଲା। ପୁଲିସ ଉଚ୍ଚ କର୍ତ୍ତୃପକ୍ଷ ପ୍ରତ୍ୟକ୍ଷ ଭାବେ ମାମଲାକୁ ଅନୁଧ୍ୟାନ କରୁଥିଲେ। ବିଶେଷସୂତ୍ରରୁ ଖବରପାଇ ବାଲେଶ୍ୱର ଏସ୍ପିଙ୍କ ନିର୍ଦ୍ଦେଶରେ ନୀଳଗିରି ଆଇଆଇସି ରମେଶ ସିଂଙ୍କ ନେତୃତ୍ୱରେ ଏକ ଟିମ୍ ସ୍ଥାନୀୟ ପୁଲିସ ସହାୟତାରେ ସୁରେଶକୁ ଗିରଫ କରିଥିଲେ। ଆଜି ରାତିରେ ପୁଲିସ ବାଲେଶ୍ୱରରେ ପହଞ୍ଚିଛି। ଅଭିଯୁକ୍ତ ସୁରେଶ ମୂର୍ତ୍ତି ଚୋରି କରିଥିବା ସ୍ୱୀକାର କରିଥିବା ବେଳେ ଏଥିରେ ଗୋଟିଏ ର୍ୟାକେଟ୍ ସମ୍ପୃକ୍ତ ଅଛି ବୋଲି ପୁଲିସ କହିଛି।
ଅଯୋଧ୍ୟା ମୂର୍ତ୍ତିଚୋରି ଘଟଣା: ଅଭିଯୁକ୍ତ ଗିରଫ
/sambad/media/post_attachments/wp-content/uploads/2018/01/arrrr.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)