ରାଜ୍ୟ ବିଦ୍ୟାଳୟ ସ୍ତରୀୟ ୧୭ବର୍ଷରୁ କମ୍‌ ବାଳିକା କ୍ରିକେଟ ପ୍ରତିଯୋଗିତା: ବାଲେଶ୍ୱର ଓ ଭୁବନେଶ୍ୱର ବିଜୟୀ

ବାଲେଶ୍ୱର: ପ୍ରଥମ ରାଜ୍ୟ ବିଦ୍ୟାଳୟ ସ୍ତରୀୟ ୧୭ବର୍ଷରୁ କମ୍‌ ବାଳିକା କ୍ରିକେଟ ପ୍ରତିଯୋଗିତାରେ ଶୁକ୍ରବାର ବାଲେଶ୍ୱର ଓ ଭୁବନେଶ୍ୱର ବିଜୟୀ ହୋଇଛନ୍ତି। ଖ୍ରୀଷ୍ଟିଆନ ସ୍କୁଲ ପଡ଼ିଆରେ ରାଜ୍ୟ ଓ ଜିଲ୍ଲା କ୍ରୀଡା ସଂଗଠନ ତରଫରୁ ଆୟୋଜିତ ଦ୍ୱିତୀୟ ଦିବସର ପ୍ରଥମ ମ୍ୟାଚରେ ଭୁବନେଶ୍ୱର ଦଳ ଟସ୍‌ ଜିଣି ପ୍ରଥମେ ଫିଲ୍ଡି ନିଷ୍ପତ୍ତି ନେଇଥିଲା। ବାଲେଶ୍ୱର ଦଳ ନିର୍ଦ୍ଧାରିତ ୧୫ ଓଭରରେ ୫ଓ୍ଵିକେଟ ହରାଇ ୬୩ ରନ୍‌ ସଂଗ୍ରହ କରିଥିଲା। ୨ୟ ପାଳିରେ ଭୁବନେଶ୍ୱର ୧୩.୨ଓଭରରେ ୬୩ରନ୍‌ରେ ଆଉଟ ହୋଇଯାଇଥିଲା। ବାଲେଶ୍ୱର ୪ରନ୍‌ରେ ବିଜୟୀ ହୋଇଛି।

୨ୟ ମ୍ୟାଚରେ ଭୁବନେଶ୍ୱର ଟସ୍‌ ଜିଣି ଅନୁଗୁଳ ବିପକ୍ଷରେ ବ୍ୟାଟିଂ କରିଥିଲା। ୧୫ଓଭରରେ ୧ ଓ୍ଵିକେଟ ହରାଇ ୧୫୪ ରନ୍‌ ସଂଗ୍ରହ କରିଥିଲା। ୨ୟ ପାଳିରେ ବ୍ୟାଟିଂ କରି ଅନୁଗୁଳ ୧୪.୩ ଓଭରରେ ମାତ୍ର ୨୪ ରନ୍‌ରେ ଆଉଟ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର