ବାଲେଶ୍ୱର: ଡମ୍ପର୍‌ ଧକ୍କା ଯୋଗୁଁ ବାଇକ୍‌ ଆରୋହୀ ମୃତ

ବାଲେଶ୍ୱର: ଶୁକ୍ରବାର ସକାଳ ୮ଟା ପରେ ଟାଉନ୍‌ ଥାନା ଅଞ୍ଚଳ ହେସ୍‌କାପଦା ନିକଟରେ ଗୋଟିଏ ଡମ୍ପର୍‌ ଟ୍ରକ୍‌ ଓ ବାଇକ୍‌ ମଧ୍ୟରେ ଧକ୍କା ହେବାରୁ ସମ୍ପୃକ୍ତ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି।

ମୃତ ବାଇକ୍‌ ଆରୋହୀ ହେଉଛନ୍ତି ସଦର ଥାନା ଅନ୍ତର୍ଗତ ରଣସାହିର ଆଳଦିଆବାସୀ ୪୦ ବର୍ଷିୟ ଶ୍ରୀକାନ୍ତ ବେହେରା।

ଶ୍ରୀକାନ୍ତ କୌଣସି କାର୍ଯ୍ୟରେ ବାଇକ୍‌ ଚଳାଇ ବାଲେଶ୍ୱର ଆସିଥିଲା ବେଳେ ଦୁର୍ଘଟନାର ସମ୍ମୁଖୀନ ହୋଇଥିଲେ। ଡମ୍ପରଟି ତାଙ୍କୁ ଚାପି ଦେବାରୁ ଘଟନାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ଧକ୍କାର ପ୍ରକୃତ କାରଣ ଜଣାପଡ଼ି ନାହିଁ।

ପୁଲିସ ଶ୍ରୀକାନ୍ତଙ୍କ ଶବ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖିଛି। ଦୁର୍ଘଟନା ଘଟାଇଥିବା ଡମ୍ପର୍‌କୁ ଛାଡ଼ି ଡ୍ରାଇଭର୍‌ ଫେରାର୍‌ ହୋଇ ଯାଇଛି।

ପୁଲିସ ଘଟନାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର