ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀ : ପ୍ରାର୍ଥୀ ଚୟନକୁ ନେଇ ବିଜେଡି ଓ କଂଗ୍ରେସରେ ଦ୍ବନ୍ଦ୍ବ

ପୁରୁଣା ମୁହଁକୁ ନେଇ ମଇଦାନକୁ ଓହ୍ଲାଇବ ବିଜେପି

ବାଲେଶ୍ବର : ବାଲେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀର ୭ ବିଧାନସଭା କ୍ଷେତ୍ର ମଧ୍ୟରୁ ବାଲେଶ୍ବର ସଦର ନିର୍ବାଚନମଣ୍ଡଳୀ ସବୁବେଳେ ଏକ ଗୁରୁତ୍ବ ବହନ କରି ଆସିଛି। ଅଣକଂଗ୍ରେସର ଗଡ଼ ଭାବେ ପରିଚିତ ଏହି ନିର୍ବାଚନ ମଣ୍ଡଳୀ ଗତ ୧୦ ବର୍ଷ ହେଲା ବିଜୁ ଜନତା ଦଳ ଅକ୍ତିଆରରେ ଅଛି। ତେବେ ଅଧିକାଂଶ ସମୟରେ ତ୍ରିକୋଣୀୟ ବା ଚତୁର୍ମୁଖୀ ପ୍ରତିଦ୍ବନ୍ଦ୍ବିତା ହେଉଥିବା ଏହି ଆସନର ଫଳାଫଳ ଏଥର ଯେ କୌଣସି ଦଳ ସପକ୍ଷରେ ଯାଇପାରେ। ତେଣୁ ବିଜେଡି, ବିଜେପି ଓ କଂଗ୍ରେସ ତିନିଟି ଯାକ ଦଳ ଆଗାମୀ ନିର୍ବାଚନରେ ଏଠାରୁ ଜିତିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଓ ସବୁ ଦଳର ନଜର ଉପଯୁକ୍ତ ପ୍ରାର୍ଥୀ ଚୟନ ଉପରେ ରହିଛି।

୮୦ ଓ ୯୦ ଦଶକରେ ସାରା ଓଡ଼ିଶାରେ ମୁଖ୍ୟତଃ କଂଗ୍ରେସ ଓ ଜନତା ଦଳ ମଧ୍ୟରେ ଲଢ଼େଇ ହେଉଥିବାବେଳେ ବାଲେଶ୍ବର ନିର୍ବାଚନ ମଣ୍ଡଳୀରେ ବାମପନ୍ଥୀ ନେତା ଅରୁଣ ଦେଙ୍କ ଦବ୍‌ଦବା ଥିଲା। ପ୍ରାୟ ୪୫ ବର୍ଷ ତଳେ ରାଜନୀତିରେ ପାଦ ଥାପିଥିବା ତରୁଣ ଅରୁଣ ଏଠାରୁ ପାଞ୍ଚ ପାଞ୍ଚ ଥର ବିଧାୟକ େହାଇଥିଲେ। ତେବେ ୨୦୦୦ ମସିହା ପରଠାରୁ ବାଲେଶ୍ବର ନିର୍ବାଚନ ମଣ୍ଡଳୀର ରାଜନୈତିକ ଦୃଶ୍ୟପଟ୍ଟ ବଦଳିବା ଆରମ୍ଭ ହୋଇଥିଲା।

ବି‌େଜଡି ଓ ବିଜେପି ମଧ୍ୟରେ ମେଣ୍ଟ ହେବା ପରେ ୨୦୦୦ ମସିହାରେ ବିଜେପି ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶ ବିଧାୟକ ହୋଇଥିଲେ। ୨୦୦୯ରେ ମେଣ୍ଟ ଭାଙ୍ଗିଯିବା ପରେ ଦଳ ବଦଳ କରି ରାତାରାତି ବିଜେଡିକୁ ଲମ୍ଫ ଦେଇଥିବା ଜୀବନ ଗତ ଦୁଇଟି ନିର୍ବାଚନ (୨୦୦୯, ୨୦୧୪)ରେ ଏଠାରୁ ବିଜୟୀ ହୋଇଛନ୍ତି। ୨୦୦୯ରେ ବିଜେଡିରୁ ଲଢ଼ିଥିବା ଜୀବନ ସ୍ବାଧୀନ ପ୍ରାର୍ଥୀ ଅନୁପ କୁମାର ଦାସଙ୍କୁ ୧୩ ହଜାରରୁ ଅଧିକ ଭୋଟରେ ହରାଇଥିଲେ। ଏହି ନିର୍ବାଚନରେ ଅରୁଣ ଦେ ବିଜେଡି ମେଣ୍ଟରୁ ଲୋକସଭା ପ୍ରାର୍ଥୀ ‌େହାଇଥିବାରୁ ଜୀବନଙ୍କୁ ବିଶେଷ ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହେବାକୁ ପଡ଼ି ନଥିଲା। ଗତ ନିର୍ବାଚନରେ କିନ୍ତୁ ଜୀବନଙ୍କୁ ଅଗ୍ନିପରୀକ୍ଷା ଦେବାକୁ ପଡ଼ିଥିଲା। ବିଜେପିର ଜିଲ୍ଲା ସଭାପତି ମଦନ ମୋହନ ଦତ୍ତ ନୂଆ କରି ପ୍ରାର୍ଥୀ ହୋଇଥିଲେ ହେଁ ସେ କଡ଼ା ଟକ୍କର ଦେଇଥିଲେ। ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ ସ୍ବାଧୀନ ପ୍ରାର୍ଥୀ ମାନସ ଦାସ ପଟ୍ଟନାୟକ। ଯୁବ ନେତା ମାନସ କଂଗ୍ରେସ ପ୍ରାର୍ଥୀ େହାଇନପାରି ସ୍ବାଧୀନ ଭ‌ାବେ ନିର୍ବାଚନ ଲଢ଼ିବା ସହ ୨୪ ହଜାରରୁ ଅଧିକ ଭୋଟ ପାଇଥିଲେ। ଫଳରେ ଏକ ଚତୁର୍ମୁଖୀ ପ୍ରତିଦ୍ବନ୍ଦ୍ବିତାରେ ଜୀବନ ବିଜେପିଠାରୁ ୯୮୯୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।

ସ୍ବାଭାବିକ ଭାବେ ଜୀବନ ଏଥର ପ୍ରାର୍ଥୀ େହବା ପାଇଁ ଆଶା କରିବା ସ୍ବାଭାବିକ। ତେବେ ଏହି ଦୌଡ଼ରେ ବରିଷ୍ଠ ନେତା ଅରୁଣ ଦେ ମଧ୍ୟ ନିଜକୁ ସାମିଲ କରିଛନ୍ତି। ଗତ ନିର୍ବାଚନରେ କଂଗ୍ରେସରୁ ପ୍ର‌ାର୍ଥୀ ହୋଇ ତୃତୀୟ ସ୍ଥାନରେ ରହିବା ପରେ ଅରୁଣ ଇତିମଧ୍ୟରେ କଂଗ୍ରେସର ହାତ ଛାଡ଼ି ସାରିଛନ୍ତି ଏବଂ ବିଜେଡି ସପକ୍ଷରେ ଜିଲ୍ଲା ପରିଷଦ ଉପନିର୍ବାଚନରେ ମଧ୍ୟ ପ୍ରଚାର କରିଛନ୍ତି। ମାତ୍ର ବିଧିବଦ୍ଧ ଭାବେ ଏଯାଏ ବିଜେଡିରେ ସାମିଲ ହୋଇ ନାହାନ୍ତି। ଅନ୍ୟମାନଙ୍କ ମଧ୍ୟ‌େର ବ୍ରିଟ୍‌ ଅଧ୍ୟକ୍ଷ ଗୌରୀ ରାଉତ, ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଆଲୋକ ସାହୁ, ବିଜେଡି ମିଡିଆ ସେଲ୍‌ର ସଂଯୋଜକ ରଘୁନାଥ ଲେଙ୍କା ପ୍ରମୁଖ ଦୌଡ଼ରେ ଅଛନ୍ତି। ତେବେ ଜୀବନଙ୍କ ବିକଳ୍ପ ଭାବେ ନିକଟରେ ସମ୍ପୂର୍ଣ୍ଣ ନୂଆ ମୁହଁ ଭାବେ ଲୋକପ୍ରିୟ ଡାକ୍ତର ଅମିତାଭ ଗିରିଙ୍କ ନ‌ାଁ ମଧ୍ୟ ଏହି ତାଲିକାରେ ଯୋଡ଼ି ହୋଇ ଯାଇଛି।

ଗତଥର ଏଠାରୁ ବିଜେପି ପ୍ରାର୍ଥୀ ହୋଇ ୩୭ ହଜାରରୁ ଅଧିକ ଭୋଟ ସହିତ ଦ୍ବିତୀୟ ସ୍ଥାନରେ ଥିବା ମଦନ ମୋହନ ଦତ୍ତ ଏଥର ମଧ୍ୟ ବିଜେପିରୁ ପ୍ରାର୍ଥୀ ହେବା ଏକ ପ୍ରକାର ଚୂଡ଼ାନ୍ତ ହୋଇ ସାରିଛି। ତେବେ ବାଲେଶ୍ବର କଂଗ୍ରେସକୁ ପ୍ରାୟ ୧୦ ବର୍ଷ ଧରି ନିଜ କବ୍‌ଜାରେ ରଖିଥିବା ପୂର୍ବତନ ସାଂସଦ ଶ୍ରୀକାନ୍ତ ଜେନା କଂଗ୍ରେସରୁ ବହିଷ୍କୃତ ହେବା ପରେ ଜିଲ୍ଲାରେ କଂଗ୍ରେସର ସମୀକରଣ ସମ୍ପୂର୍ଣ୍ଣ ଓଲଟ ପାଲଟ ହୋଇଯାଇଛି। ଗତ ନିର୍ବାଚନରେ କଂଗ୍ରେସ ଟକିଟରୁ ବଞ୍ଚିତ ହୋଇ ସ୍ବାଧୀନ ଭାବେ ଲଢ଼ିଥିବା ମାନସ ଏଥର କଂଗ୍ରେସ ଟିକଟ ଦୌଡ଼ରେ ଥିବା ଚର୍ଚ୍ଚା ହେଉଛି। ଯୁବନେତା ବିକ୍ରମ ପଣ୍ଡାଙ୍କ ନଜର ମଧ୍ୟ କେଂଗ୍ରସ ଉପରେ ରହିଛି।

୨୦୧୪ ନିର୍ବାଚନ ଫଳାଫଳ

ଦଳ            ପ୍ରମୁଖ ପ୍ରାର୍ଥୀ                ଭୋଟ
ବିଜେଡି        ଜୀବନ ପ୍ରଦୀପ ଦାଶ       ୪୭,୬୧୫
ବିଜେପି        ମଦନ ମୋହନ ଦତ୍ତ       ୩୭,୮୨୪
କଂଗ୍ରେସ       ଅରୁଣ ଦେ                  ୨୮,୬୫୦
ସ୍ବାଧୀନ        ମାନସ ଦାସ ପଟ୍ଟନାୟକ   ୨୪,୭୨୦

ସମ୍ବନ୍ଧିତ ଖବର