‘ସମ୍ବାଦ’ର ଉତ୍ତର-ଓଡ଼ିଶା ସଂସ୍କରଣର ବାର୍ଷିକ କ୍ୟାଲେଣ୍ତର ଲୋକାର୍ପିତ

ବାଲେଶ୍ବର: ଇ˚ରାଜୀ ନବବର୍ଷ ୨୦୧୯ ଉପଲକ୍ଷେ ‘ସମ୍ବାଦ’ ଉତ୍ତର ଓଡ଼ିଶା ସ˚ସ୍କରଣର ବାର୍ଷିକ କ୍ୟାଲେଣ୍ତର ଲୋକାର୍ପିତ ହୋଇଯାଇଛି। ଏହି ଉତ୍ସବରେ ‘ସମ୍ବାଦ’ ଉତ୍ତର ଓଡ଼ିଶା ସଂସ୍କରଣର ଉପ-ମହାପ୍ରବନ୍ଧକ ଗୌତମବୁଦ୍ଧ ଦାସ ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭ‌ାବେ ବାଲେଶ୍ବର ତନିସ୍କ ଜୁଏଲର୍ସର ମ୍ୟାନେଜର ଚିଦାନନ୍ଦ ବେହେରା, ମିଶ୍ର ଅଟୋଡିଲ୍ସର ମୁଖ୍ୟ ପାର୍ଥସାରଥୀ ମିଶ୍ର ଓ ଶ୍ରୀଗଙ୍ଗା ଘି’ର ମୁଖ୍ୟ ମୁକେଶ ରାଠି ଯୋଗଦେଇ କ୍ୟାଲେଣ୍ତରକୁ ଉନ୍ମୋଚନ କରିବା ସହିତ ‘ସମ୍ବାଦ’ର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିଉଟନ ହାୟର ରେସିଡେନ୍ସିଆଲ ସ୍କୁଲର ମୁଖ୍ୟ ସତ୍ୟନାରାୟଣ ନାୟକ, ଭଦ୍ରକ ପଣ୍ଡା ମୋଟର୍ସର ମୁଖ୍ୟ କମଳାକାନ୍ତ ପଣ୍ଡା, ବାରିପଦା ସ୍ଥିତ ମୟୂରଭଞ୍ଜ ସ୍କୁଲର ମୁଖ୍ୟ ଇଂ. ଧରମବୀର ବୁଗୁଡ଼େଇ, ଡିଭାଇନ ଇନ୍‌ଷ୍ଟିଚ୍ୟୁଟ୍‌ର ମୁଖ୍ୟ ଇଂ ବିପ୍ଳବ ବୁଗୁଡ଼େଇ ପ୍ରମୁଖ କ୍ୟାଲେଣ୍ଡର ପ୍ରସ୍ତୁତିରେ ସହଯୋଗ କରିଛନ୍ତି। ଏହି ଅବସରରେ ସଂସ୍କରଣ ପକ୍ଷରୁ ବିଜ୍ଞାପନ ବିଭାଗର ସନ୍ତୋଷ କୁମାର ଜେନା, ରାଜୀବଲୋଚନ ପ୍ରଧାନ, ସେଖ୍‌ ଇଫ୍‌ତେଖାର ହୁସେନ, ପ୍ରସାରଣ ବିଭାଗର ବିରଞ୍ଚି ନାରାୟଣ ପାଢ଼ୀ, ବିତ୍ତ ବିଭାଗର ସୁଶାନ୍ତ କୁମାର ପଣ୍ତା ଓ ସଂପାଦନା ବିଭାଗର ପଦାଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର