ବାଲେଶ୍ୱର: ସଡ଼କ ଦୁର୍ଘଟଣାରେ ଅବସରପ୍ରାପ୍ତ ସିଆଇଏସ୍‌ଏଫ୍‌ କର୍ମଚାରୀ ମୃତ

ବାଲେଶ୍ୱର: ବାଲେଶ୍ୱରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ନାତୁଣୀ ଜନ୍ମଦିନ ମନାଇବା ପାଇଁ ନିଜ ଝିଅ ଘରକୁ ଆସିଥିବା ଜଣେ ୬୮ ବର୍ଷିଅ ସିଆଇଏସ୍‌ଏଫ୍‌ର ଅବସରପ୍ରାପ୍ତ କର୍ମଚାରୀଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ବାଲେଶ୍ୱରଠାରେ ଏକ ଟ୍ରକ୍‌ ସହ  ସ୍କୁଟି ମୁହାଁମୁହିଁ ଧକ୍କା ହେବା ପରେ ଏପରି ମର୍ମନ୍ତୁଦ ଘଟଣା ଘଟିଥିବା ସୂଚନା ରହିଛି। ମୃତକଙ୍କ ନାମ ବିଜୟ ଦାସ। ତାଙ୍କ ଘର ପୁରୀର ଦତ୍ତତୋଟାଠାରେ। ସେ ଗତକାଲି ବାଲେଶ୍ୱରର ରେମୁଣା ଗୋଲେଇଠାରେ ଥିବା ତାଙ୍କ ଝିଅ ଘରକୁ  ନାତୁଣୀର ଜନ୍ମଦିନ ମନାଇବା ପାଇଁ ଆସିଥିଲେ।

ଆଜି ସକାଳୁ ବିଜୟ ସ୍କୁଟିରେ ବାଲେଶ୍ୱର ବଜାର ଆସିଥିଲେ। ବଜାର କାମ ସାରି ପୁଣି ଝିଅ ଘରକୁ ଫେରିବା ବାଟରେ ତେନ୍ତୁଳିଆ ଠାକୁରାଣୀ ନିକଟସ୍ଥ ରିଲାଏନ୍ସ ପେଟ୍ରୋଲ୍‌ ପମ୍ପ ସମ୍ମୁଖରେ ଏକ ଟ୍ରକ୍‌ ଆସି ଧକ୍କା ଦେଇଥିଲା। ଟ୍ରକ୍‌ ଧକ୍କାରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ୍‌ ତଦନ୍ତ କରି ଟ୍ରକ୍‌ଟିକୁ ଅଟକ ରଖିଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର