ବାଲେଶ୍ବର: ଦୀପାବଳି ଆସିଲେ ଦୀପର ଚାହିଦା ବଢେ । ବଜାର ରାସ୍ତାରେ ବାଣର ପସରା ମେଲେ । ଆଲୋକର ପର୍ବକୁ ବେଶ ଧୁମଧାମରେ ପାଳିବାକୁ ସମସ୍ତେ ଜୋରଦାର ପ୍ରସ୍ତୁତି କରନ୍ତି । ଦୀପ, ମହମବତୀ ଓ ଭଳି କି ଭଳି ବାଣ କିଣନ୍ତି । ଆଗରୁ ଦୀପାବଳିକୁ ନେଇ ସମସ୍ତଙ୍କ ମନରେ ନୂଆ ଉଚ୍ଛ୍ବାସ ଦେଖିବାକୁ ମିଳୁଥିବା ବେଳେ ଏବେ କିନ୍ତୁ ଲୋକେ ଆଉ ଅମାନିଆ କି ଖାମ ଖିଆଲି ହୋଇ ବାଣ ଫୁଟାଉନାହାନ୍ତି କି ଦୀପ ଜାଳି ଧୂଆଁମୟ ପରିବେଶ ସୃଷ୍ଟି କରୁ ନାହାନ୍ତି । ଲୋକେ ଏବେ ବାଣଟିଏ ଫୁଟାଇବା ଆଗରୁ ଶହେ ଥର ପରିବେଶ କଥା ଭାବୁଛନ୍ତି । ପରିବେଶ ରହିଲେ ଆମେ ରହିବା, ପରିବେଶ ରହିଲେ ବଞ୍ଚିବ ପୃଥିବୀ । ତେଣୁ ଏହି ନ୍ୟାୟରେ ପରିବେଶକୁ କେମିତି ସୁରକ୍ଷା ଦେଇହେବ ସେନେଇ ଲୋକେ ଚିନ୍ତା କରୁଥିବା ବେଳେ ବାଲେଶ୍ବରର ଯୁବକ ପରିବେଶକୁ ଲକ୍ଷ୍ୟ କରି ଦୀପାବଳି ଅବସରରେ ତିଆରି କରିଛନ୍ତି ନିଆରା ଦୀପ ଓ ମହମବତୀ । ଯାହା ଧୂଆଁବିହୀନ ଏବଂ ଯାହାକୁ ଜାଳିଲେ ପରିବେଶ ପ୍ରଦୂଷଣ ବି ହେବନି ।
ତେବେ ବାଲେଶ୍ଵରର ବିଶ୍ବରଞ୍ଜନ ସାହୁ । ଏମବିଏ ସାରିବା ପରେ ଚାକିରି ପାଇଁ ପ୍ରସ୍ତୁତ ହେଉଥିଲେ କିନ୍ତୁ ଖୁବଶୀଘ୍ର ତାଙ୍କର ମନ ବଦଳିଗଲା। ନିଜ ଘରେ ରହି, ନିଜ ମାଟି ପାଇଁ କିଛି କରିବା ଝୁଙ୍କରେ ଛୋଟ ଷ୍ଟାର୍ଟ ଅପ୍ ଆରମ୍ଭ କଲେ । ଦୁଇବର୍ଷ ପୂର୍ବରୁ ଦୀପାବଳିରେ ଦୀପ ଲଗାଇବାକୁ ବଜାରରେ ମିଳୁଥିବା ତେଲ, ଦୀପ ଓ ବତୀ ଆଣିଥିଲେ। ହେଲେ ସେଇ ତେଲରେ ଦୀପ ଲଗାଇବା ପରେ ଘରେ ବାହାରେ କଳା ଧୂଆଁରେ ସମସ୍ତେ ଅଣ ନିଶ୍ବାସୀ ହୋଇ ପଡ଼ିଲେ। ସେଥିପାଇଁ ଗତବର୍ଷ ଦୀପ ତେଲ ନୁହେଁ ବରଂ ମହମବତୀ ଲଗାଇବାକୁ ସିଦ୍ଧାନ୍ତ କରି ମହମବତୀ କିଣି ନୂଆ ପ୍ରୟାସଟେ ଆରମ୍ଭ କରିଥିଲେ। ମାତ୍ର ତାହା ବି ତାଙ୍କ ମନକୁ ପାଇନଥିଲା । ସେହି ମହମବତୀ ଗୁଡିକ ଶୀଘ୍ର ସରିଯିବା ସହ ପାରାଫିନ ଥିବାରୁ ଘର ଭିତରେ ଅଧିକ ସଂଖ୍ୟାରେ ଜଳେଇଲେ ଘର ଭିତରେ ବାୟୁ ପ୍ରଦୂଷଣ ବଢିଥାଏ।
/filters:format(webp)/sambad/media/media_files/2025/10/18/biswa-2025-10-18-19-19-55.jpeg)
ତେବେ କିଛି ନୂଆ କରିବା ଚିନ୍ତାରେ ଥିବା ବିଶ୍ବ ଦିନେ ମୋବାଇଲ୍ ଦେଖୁ ଦେଖୁ ସୁନ୍ଦର୍ ମହମବତୀ ଦେଖି ବନାଇବାକୁ ସ୍ଥିର କଲେ। ବିଶେଷ କରି ଇକୋ ଫ୍ରେଣ୍ଡଲୀ ସ୍ମୋକଲେସ ମହମବତୀ ବିଷୟରେ ଦେଖି ସେ ରିସର୍ଚ୍ଚ କରିଥିଲେ। ଜିନିଷ ବନାଇବାକୁ କଞ୍ଚାମାଲ ଅନଲାଇନରୁ ମଗେଇଲେ। କେବେ ଆଗରୁ ମହମବତୀ ବନେଇ ନଥିବା ବିଶ୍ବ ପ୍ରଥମେ ପ୍ରଥମେ ବହୁତ୍ ମହମବତୀ ନଷ୍ଟ କରିଦେଇଥିଲେ । କ୍ରମଶଃ ମହମବତୀ ସୁନ୍ଦର୍ ବନିଲା। ତାସହ ସାଙ୍ଗର ଜନ୍ମଦିନରେ ନିଜେ ବନେଇଥିବା ମହମବତୀ ବି ସେ ଉପହାରରେ ଦେଲେ। ଲୋକେ ଏସବୁ ଦେଖି ଖୁସି ହେବା ସହ କିଛି ମହମବତୀ କିଣିବାକୁ ଇଚ୍ଛା କଲେ । ଫଳରେ ବିଶ୍ବରଂଜନ ଲୋକଙ୍କ ଚାହିଦା ଅନୁସାରେ ନୂଆ ନୂଆ ଡିଜାଇନର ମହମବତୀ ବନେଇଲେ।
/filters:format(webp)/sambad/media/media_files/2025/10/18/new-project-2-2025-10-18-19-20-16.jpg)
ଧୂଆଁ ବିହୀନ ଓ ସୁଗନ୍ଧିତ ଏହି ମହମବତୀର ଚାହିଦା ଧିରେଧିରେ ବଢିଲା। ଏବେ ପ୍ରାୟ ଜନ୍ମଦିନ ବ୍ୟତୀତ ବିଭିନ୍ନ ଅବସରରେ ମହମବତୀର ଚାହିଦା ଅନେକ ମାତ୍ରାରେ ବଢିଥିବାରୁ ୫ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ମହମବତୀକୁ ବିକ୍ରି କରୁଛନ୍ତି ବିଶ୍ବରଞ୍ଜନ। ତାଙ୍କ ଏହି ମହମବତୀର ଲୋକପ୍ରିୟତା ଏତେ ଯେ ଲୋକେ ଘରୁ ଆସି ନେଇ ଯାଉଛନ୍ତି ହାତ ତିଆରି ମହମବତୀ। ଏବେ ଦୀପାବଳୀ ପାଇଁ ଅନେକ ଜଣ ପୂର୍ବରୁ ଅର୍ଡର୍ କରିଥିଲେ। ଠିକ୍ ସମୟରେ ଜିନିଷ ତିଆରି କରି ଲୋକଙ୍କ ଚାହିଦା ଅନୁସାରେ ମହମବତୀ ତିଆରି କରି ଳୋକଙ୍କୁ ସବୁ ପ୍ରକାର ମହମବତୀ ଯୋଗାଉଛନ୍ତି। ବିଶ୍ୱଙ୍କ ହାତ ତିଆରି ଧୂଆଁ ବିହୀନ ଓ ସୁଗନ୍ଧିତ ମହମବତୀର ଭଲ ଚାହିଦା ରହିଛି ।
/filters:format(webp)/sambad/media/media_files/2025/10/18/new-project-4-2025-10-18-19-20-31.jpg)
କୁମ୍ଭାର ଠାରୁ ମାଟିର ସରା, ଦୀପ ଆଣି ସେଥିରେ ରଙ୍ଗ ଲଗାଇ ଏହି ଦୀପ ମହମବତୀ ସେ ପ୍ରସ୍ତୁତ କରୁଛନ୍ତି । ଏହା ସହ ଯେଉଁମାନେ ଏସବୁ କିଣୁଛନ୍ତି ମହମବତୀ ଜଳି ସାରିଲେ ବି ପାତ୍ରକୁ ନ ଫିଙ୍ଗି ପୁଣି ମହମ ଭର୍ତ୍ତିକରି ନେଇପାରିବାର ବ୍ୟବସ୍ଥା ରହିଛି । ମାଟି ପାତ୍ରରେ ମହମବତୀ ତିଆରି କଲେ କୁମ୍ଭକାର ଲାଭବାନ ହେବା ସହ ବ୍ଯବହାର ପରେ ମାଟି ପାତ୍ର ଫୋପାଡି ଦେଲେ ପରିବେଶ ପ୍ରଦୂଷଣ କରିବ ନାହିଁ ବୋଲି ଚିନ୍ତା କରି ଏଭଳି ପଦକ୍ଷେପ ନେଇଛନ୍ତି ବିଶ୍ବରଂଜନ ସାହୁ।
/filters:format(webp)/sambad/media/media_files/2025/10/18/smokeless-candle-2025-10-18-19-21-10.jpg)
ତେବେ ରାମସେତୁ ନିର୍ମାଣରେ ଯେମିତି ଗୁଣ୍ଡଚି ମୂଷାର ବି ଭୂମିକା ରହିଥିଲା ଠିକ୍ ସେମିତି ପରିବେଶ ସୁରକ୍ଷାରେ ଏବଂ ବାୟୁ ପ୍ରଦୂଷଣ ରୋକିବାରେ ସେ ଏବଂ ତାଙ୍କ ପ୍ରୟାସ କିଛି ମାତ୍ରାରେ ସମର୍ଥ ହୋଇଥିବାରୁ ତାହା ବିଶ୍ଵରଞ୍ଜନଙ୍କୁ ଆତ୍ମ ସନ୍ତୋଷ ଦେଇଛି ।
iwali | diwali-celebration | Baleswar
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/10/18/smokeless-candle-by-biswaranjan-2025-10-18-19-22-15.jpg)