ବାଲି ଟ୍ରକ୍‌ ଧକ୍କାରେ ଅନ୍ୟ ଏକ ଟ୍ରକ୍‌ ଚାଳକ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ୧୬ନମ୍ବର ଜାତୀୟ ରାଜପଥର ରାଜଘାଟ ବ୍ରିଜ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଛି। ଏହି ରାସ୍ତା ଦେଇ ଦ୍ରୁତଗତିରେ ଯାଉଥିବା ଏକ ବାଲି ଟ୍ରକ୍‌ ଧକ୍କାରେ ଅନ୍ୟ ଏକ ଟ୍ରକ ଚାଳକ ଗୁରୁତର ଆହତ ହୋଇଛନ୍ତି। ଟ୍ରକ୍‌ ଚାଳକଙ୍କୁ ସ୍ଥାନୀୟଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରୁ ବାଲି ଟ୍ରକ ଚାଳକ ଫେରାର ହୋଇଯାଇଛି।

ସମ୍ବନ୍ଧିତ ଖବର