ବସ୍ତା: କଠିନ ପରିଶ୍ରମ ଦୃଢ଼ ଇଛାଶକ୍ତି ସହନଶୀଳତା ଥିଲେ ସବୁ ସମ୍ଭବ ହୋଇପାରିବ। ଯାହାର ଜ୍ୱଳନ୍ତ ଉଦାହରଣ ସର୍ବଭାରତୀୟ କ୍ଷେତ୍ରରେ ଖ୍ୟାତି ଲାଭ କରିଥିବା ବସ୍ତା ଅଞ୍ଚଳର ଯୁବ ପ୍ରତିଭା ବାପି ହାଁସଦା।
ଆଜି ବସ୍ତା ବ୍ଳକ ରାଉତପଡା ପଞ୍ଚାୟତ ଝିଙ୍କିରିଆ ଗ୍ରାମର ନିଜର ଜନ୍ମ ମାଟିରେ ଏହି ଯୁବ ପ୍ରତିଭାଙ୍କୁ ବିଭିନ୍ନ ମହଲରୁ ସମ୍ବର୍ଦ୍ଧିତ କରାଯାଇଛି। ସୁକାନ୍ତି ହାଁସଦାଙ୍କ ପୁଅ ବାପି ହାସଁଦା କର୍ଣ୍ଣାଟକ ଉଡୁପିଠାରେ ଚାଲିଥିବା ଅଷ୍ଟାଦଶ ଜାତୀୟ ଯୁବଦୌଡ଼ ପ୍ରତିଯୋଗିତାରେ ୪୦୦ଶହ ମିଟର ବାଳକ ଦୌଡ଼ରେ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ଆଗାମୀ ଦିନରେ କମନ ୱେଲଥ ଗେମ ପାଇଁ ମଧ୍ଯ ଯୋଗ୍ଯତା ହାସଲ କରିଛନ୍ତି। ଏନେଇ ରାଉତପଡା ପଞ୍ଚାୟତରୁ ଏକ ଶୋଭାଯାତ୍ରାରେ ବାହାରି ଝିଙ୍କିରିଆ ଗ୍ରାମର ହାସଁଦା ବାସଭବନରେ ପହଞ୍ଚିଥିଲେ ଓ ପରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା।

Advertisment

ମୁଖ୍ଯ ଅତିଥିଭାବେ ବିଜେଡି ରାଜ୍ଯ କାର୍ଯ୍ଯକାରିଣୀ ସଭାପତି ସୁବାସିନୀ ଜେନା ମୁଖ୍ଯବକ୍ତା ଯୁବ ପ୍ରତିଭା ସମାଜସେବୀ ସୁମନ୍ତ କୁମାର ଜେନା ଯୋଗ ଦେଇ ବାପି ହାସଁଦା ସଫଳତା କେବଳ ଜିଲ୍ଲା ପାଇଁ ନୁହେଁ ଓଡିଶା ପାଇଁ ଗର୍ବ ଓ ଗୌରାବାନ୍ବିତ କରିଛନ୍ତି। ତାଙ୍କର ଚଲାପଥ କୁସୁମିତ ହେଉ ବୋଲି ମତବ୍ଯକ୍ତ କରିଥିଲେ। ଅନ୍ୟ ଅତିଥିମାନେ ବସ୍ତା ବିଜେଡି ସଭାପତି ଅନିଲ କୁମାର ମହାନ୍ତି, ପୂର୍ବତନ ବ୍ଳକ ଅଧ୍ଯକ୍ଷ ଲକ୍ଷ୍ମୀଧର ଦାସ. ବସ୍ତା ବିଜେଡି ମହିଳା ସଭାନେତ୍ରୀ ଲିପିକା ରାଉଳ, ରାଉତପଡା ସରପଞ୍ଚ ମାୟାଧରମଣି, ସମିତି ସଭ୍ଯ ହରେକୃଷ୍ଣ ପାଳ, ପ୍ରକାଶ ବେହେରା, ବିଜେଡି ନେତା ପ୍ରଦୀପ ବିଶ୍ବାଳ, ପଣ୍ତା ସରପଞ୍ଚ ଗୌରାଙ୍ଗ ବେହେରାଙ୍କ ସମେତ ଶତାଧିକ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ମୁଖ୍ଯ ଅତିଥି ଓ ମୁଖ୍ଯବକ୍ତା ଶ୍ରୀ ହାଁସଦାଙ୍କୁ ଉତ୍ତରୀୟ ଓ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ।