ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସଦର ଥାନା ଅନ୍ତର୍ଗତ ପାଗନଈ ନିକଟରେ ଗତ ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇ ୨ ଯୁବକ ପ୍ରାଣ ହରାଇଛନ୍ତି। ବାଇକରେ ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବାର ସୂଚନା ରହିଛି।
ମୃତକ ଦୁଇଜଣ ହେଲେ ଖଣ୍ତାପଡ଼ା ଥାନା ବେଦୀପୁରର ସୁବ୍ରତ ସ(୩୦) ଓ ଧରଣୀପୁରର ମନୋଜ ମହାଳିକ(୨୭)। ମୃତକ ଦୁଇଜଣ ଉଭୟ ପରିବାରର ଏକମାତ୍ର ସନ୍ତାନ ଥିଲେ ବୋଲି ଜଣାପଡ଼ିଛି। ସେମାନଙ୍କ ମୃତ୍ୟୁରେ ସେହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।