ବାଲେଶ୍ୱର : ବାଲେଶ୍ୱରରେ ମଧ୍ୟାହ୍ଣ ଭୋଜନ ବିରତି ପରେ ଗଣତି ତ୍ବରାନ୍ବିତ ହେଉଛି। ଇତିମଧ୍ୟରେ ୧୭ ରାଉଣ୍ଡ ଗଣତି ଶେଷ ହୋଇଛି। ଦ୍ବାଦଶରୁ ଚତୁର୍ଦ୍ଦଶ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଥିବା ବେଳେ ୧୫ ଓ ୧୬ତମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ମାନସ ଦତ୍ତ ଆଗରେ ରହିଥିଲେ । ତେବେ ପୁଣି ୧୭ତମ ରାଉଣ୍ଡରେ ବିଜେଡି ଆଗେଇ ଯାଇଛି। ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୭୦୮୩ ଭୋଟରେ ଆ‌ଗରେ ରହିଛି। ଏଯାବତ୍ ବିଜେଡି ୫୯,୨୨୧ ଭୋଟ୍ ପାଇଥିବା ସମୟରେ ବିଜେପି ୫୨୧୩୮ ଭୋଟ୍ ପାଇଛି। ଏହି ଧାରା ବିଜେଡି ପ୍ରାର୍ଥୀଙ୍କ ବିଜୟ ଆଡ଼କୁ ସଂକେତ ଦେଇଛି।  ବିଜେଡି ଶିବିରରେ ଏବେ ଆନନ୍ଦର ଲହର ଦେଖିବାକୁ ମିଳିଛି।

Advertisment

ଅନ୍ୟପକ୍ଷରେ ୧୪ତମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସଙ୍କୁ ୩୧୦୨ ଭୋଟ ମିଳିଥିବା ବ‌େଳେ ବିଜେପି ପ୍ରାର୍ଥୀ ୨୫୭୪ଟି ଭୋଟ୍ ପାଇଥିଲେ। ସେହିପରି ୧୫ତମ ରାଉଣ୍ଡ ମଧ୍ୟ ବିଜେପି ସପକ୍ଷରେ ଯାଇଥିଲା । ଏହି ରାଉଣ୍ଡରେ ବିଜେପି ୨୬୫୨ ଭୋଟ୍ ପାଇଥିବା ବ‌େଳେ ବିଜେଡି ପ୍ରାର୍ଥୀ ୨୪୫୪ଟି ଭୋଟ ପାଇଥିଲେ।  ସୂଚନା ଅନୁସାରେ ୧୪ତମ  ରାଉଣ୍ଡ ସୁଦ୍ଧା  ବିଜେଡି ତାର ଅଗୁଆ ରହିବାର ଧାରାକୁ ବଜାୟ ରଖିଥିଲା ।

publive-image

ଦଶମ ରାଉଣ୍ଡରେ ବିଜେଡି ୭୪୪, ଏକାଦଶ ରାଉଣ୍ଡରେ ୧୭୧ ଏବଂ ଦ୍ବାଦଶ ରାଉଣ୍ଡରେ ୬୨୪  ଭୋଟରେ ଆଗରେ ରହିଥିଲା।  ଦ୍ବାଦଶ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ୩୪୧୮ଟି ଭୋଟ୍ ପାଇଥିବା ବଳେ ବିଜେପି ପ୍ରାର୍ଥୀ ମାନସ ଦତ୍ତ ୨୭୯୪ ଭୋଟ ପାଇଥିଲେ। ସେହିପରି  ନବମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ୪୨୮୪ ‌ଟି ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ମାନସ ଦତ୍ତ  ୩୮୮୦ଟି ଭୋଟ ପାଇଛନ୍ତି ଏବଂ ବିଜେଡି ୪୦୪ଟି ଭୋଟରେ ଆଗୁଆ ରହିଥିଲେ।  ଅଷ୍ଟମ ରାଉଣ୍ଡରେ ମଧ୍ୟ ବିଜେଡି ଆଗରେ ଥିଲା। ବିଜେଡି ୪୨୮୦ଟି ଭୋଟ୍ ପାଇବାକୁ ଥିବା ବେଳେ ବିଜେପି୨୯୨୯ ଭୋଟ ପାଇଥିଲା।

ସପ୍ତମ ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ମାନସ ଦତ୍ତ ୪୮ଟି ଭୋଟରେ ଆଗୁଆ ଥିଲେ । ଏହି ରାଉଣ୍ଡରେ ସେ  ୩୨୩୬ ଓ  ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ୩୧୮୮ ଭୋଟ ପାଇଥିଲେ। ସେହିପରି ସପ୍ତମ ରାଉଣ୍ଡରେ କଂଗ୍ରେସ ପ୍ରାର୍ଥୀ ମାତ୍ର ୧୪ଟି ଭୋଟ ପାଇଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ବେଣୁଧର ବାରିକ ୨୬ଟି ଭୋଟ୍ ପାଇଥିଲେ।  ଅପରପକ୍ଷରେ ଷଷ୍ଠ ରାଉଣ୍ଡରେ ବିଜେପି ପ୍ରାର୍ଥୀ ମାନସ ଦତ୍ତ ୬୯୪ଟି ଭୋଟରେ ଆଗୁଆ ରହି ଥିଲେ। ଏହି ରାଉଣ୍ଡରେ ବିଜେପି ପ୍ରାର୍ଥୀ ମାନସ ଦତ୍ତ ୩୭୧୬ ଓ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ୩୦୨୨ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କୁ ୧୯୯ଟି ଭୋଟ ମିଳିଥିଲା। ତବେ ସମୁଦାୟ ଭାବେ ଦେଖିଲେ ଏଯାବତ୍ ବିଜେଡି ୨୪୬୪ ଭୋଟରେ ଆଗରେ ରହିଛି।

ସୂଚନାଯୋଗ୍ୟ, ପଞ୍ଚମ ରାଉଣ୍ଡରେ ବିଜେଡିକୁ ୪୪୬୭ ଓ ବିଜେପିକୁ ୩୯୩୨ ଭୋଟ୍ ମିଳିଥିଲା। ବାଲେଶ୍ୱରରେ ଚତୁର୍ଥ ପର୍ଯ୍ୟାୟରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ୧୧୮୫ ଭୋଟରେ ଆଗୁଆ ରହିଥିଲେ। ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ମୋଟ୍ ୨୬୭୧ ଭୋଟରେ ଆଗରେ ଥିଲେ। ଚତୁର୍ଥ ରାଉଣ୍ଡରେ ବିଜେଡିକୁ ୪୦୭୯ଟି ଭୋଟ ମିଳିଥିବା ବେଳେ ବିଜେପିକୁ ୨୮୯୪ଟି ଭୋଟ ମିଳିଥିଲା। ତୃତୀୟ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ୩୨୧୫ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ୨୮୯୪ଟି ଭୋଟ ଏବଂ କଂଗ୍ରେସକୁ ମିଳିଥିଲା ୩୨୫ଟି ଭୋଟ। ଏହି ରାଉଣ୍ଡରେ ବିଜେଡି ୩୧୬ ଭୋଟ ଆଗରେ ଥିଲା।