ଅନ୍ଧବିଶ୍ୱାସ: ନାବାଳିକାଙ୍କୁ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗୁଣିଆ

ଡାକ୍ତର ଚିହ୍ନି ପାରିଲେନି ରୋଗ, ପୁଲିସ ଦେଉନି ସୁରକ୍ଷା

ନୀଳଗିରି: ସ୍ୱାଧୀନତାର ୭୦ ବର୍ଷ ପରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଭାରତ ଦ୍ରୁତ ଗତିରେ ବିକାଶ ହୋଇଥିବା ବେଳେ ଓଡ଼ିଶାର ଏଭଳି ସ୍ଥାନ ଅଛି, ଯେଉଁଠାରେ କି ଅନ୍ଧବିଶ୍ୱାସର ଦ୍ୱାହି ହୋଇ ଲୋକଙ୍କୁ ମଧ୍ୟଯୁଗୀୟ ସଂସ୍କୃତିରେ ବଞ୍ଚିବାକୁ ପଡୁଛି। କେବଳ କୋରାପୁଟ, ମୟୁରଭଞ୍ଜ କିମ୍ବା କେନ୍ଦୁଝର ଜିଲ୍ଲାର ଆଦିବାସୀ ଅଞ୍ଚଳ ନୁହେଁ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଜୟପୁର ଗ୍ରାମରେ ମଧ୍ୟ ଅନ୍ଧ ବିଶ୍ୱାସ ଘଟଣା ଦେଖିବାକୁ ମିଳିଛି।

ଅନ୍ଧବିଶ୍ୱାସରେ ଚକ୍ରବ୍ୟୁହରେ ପଡ଼ି ଜଣେ ନାବାଳିକାଙ୍କୁ ଘରୁ ଟାଣି ଟାଣି ଜଣେ ଗୁଣିଆ ପରିବାର ସଦସ୍ୟ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ରାସ୍ତାରେ ଗୋଡେଇ ଗୋଡେଇ ଅମାନୁଷିକ ଭାବରେ ପିଟିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ, ଘଟଣା ସମ୍ପର୍କରେ ଅବଗତ ଥାଇ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ। ସେହିଭଳି ମାଡ଼ ଖାଉଥିବା ବାଳିକା ଜୀବନ ବଞ୍ଚାଇବାକୁ କାନ୍ଦୁ ଥିବା ବେଳେ ଦରଦୀ ବିହୀନ ପରିବାର ଲୋକେ ମଧ୍ୟ ଏଭଳି କାଣ୍ଡକୁ ଅନୁମତି ଦେଇଛନ୍ତି।

ଜୟପୁର ନିବାସୀ ଜଣେ ବ୍ୟକ୍ତି କହିଛନ୍ତି, ବାଳିକାଙ୍କୁ ୨ ବର୍ଷ ହେବ ଡାକ୍ତରଖାନା ନିଆଯାଉଛି। କିଛି ଲୋକ କହୁଛନ୍ତି, ତାକୁ ଭୂତ ଲାଗିଛି। କିନ୍ତୁ ଡାକ୍ତର କୌଣସି ରୋଗ ବିଷୟରେ ଅବଗତ ହୋଇ ନାହାନ୍ତି। ତାକୁ କଟକ ବଡ଼ଡାକ୍ତରଖାନା ନେଲେ ରୋଗ ସମ୍ପର୍କରେ ଅବଗତ ହୋଇପାରିବ। ଏହାରି ଭିତରେ ପରିବାର ଲୋକେ ଗୁଣିଆର ଆଶ୍ରୟ ନେଇଛନ୍ତି। ରୋଗ ଭଲ କରିବା ବାହାନାରେ ଗୁଣିଆ ରାସ୍ତାରେ ପିଟୁଛନ୍ତି।

ସମ୍ବନ୍ଧିତ ଖବର