ବାଲେଶ୍ୱର ଏସଏମଏସସି କୋଚିଂ ସେଣ୍ଟରର ମେଗା ରକ୍ତଦାନ ଶିବିର

କମ୍ପିଟେଟିଭ ଛାତ୍ରଛାତ୍ରୀ ଦେଲେ ୨୨୩ ୟୁନିଟ ରକ୍ତ

ବାଲେଶ୍ବର: ବାଲେଶ୍ବର ସହରର ଆଜିମାବାଦ ରାମମନ୍ଦିର ନିକଟସ୍ଥ ଏସଏମଏସସି କମ୍ପିଟେଟିଭ ସେଣ୍ଟର ପକ୍ଷରୁ ଆଜି ଏକ ମେଗା ରକ୍ତଦାନ ଶିବିର ‘ସମ୍ବାଦ-ଆମ ଓଡ଼ିଶା’ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ବାଲେଶ୍ବର ଉପଜିଲ୍ଲାପାଳ ନିଲୁ ମହାପାତ୍ର ଶିବିରକୁ ଉଦ୍‌ଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ଉତ୍ତର-ଓଡିଶା ସଂସ୍କରଣ ପ୍ରମେୟର ମୁଖ୍ୟ ବଳରାମ ପାଢ଼ୀ, ଖଇରା କଲେଜର ଅଧ୍ୟାପକ ଯୁଗଳ କିଶୋର ଗାହାଣ, ବାଲେଶ୍ବର ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ଡା. ମହେଶ କୁମାର ବିଶ୍ବାଳ ପ୍ରମୁଖ ଯୋଗଦେଇ ରକ୍ତ ଦାତାଙ୍କୁ ଉତ୍ସାହିତ କରିବା ସହ ଏଭଳି ମହତ କାମକୁ ପ୍ରଶଂସା କରିଥିଲେ। ଏସଏମଏସସିର ନିର୍ଦେଶକ ଆଦିତ୍ୟ ନାରାୟଣ ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରୁ ୨୨୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଡା. ବିଶ୍ୱାଳ ରକ୍ତଦାତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ସୁଚିସ୍ମିତା ଦାସ, ଟେକ୍ନିସିଆନ ବିଜୟ କୁମାର ପଟ୍ଟନାୟକ, ଅଜୟ କୁମାର ମହାପାତ୍ର, ହେମଲତା ସେଠୀ, ନରେନ୍ଦ୍ର ମଲ୍ଲିକ ରକ୍ତ ସଂଗ୍ରହ କରିଥିଲେ। କୋଚିଂ ସେଣ୍ଟରର ଶୁଭଙ୍କର ସାହୁ, ଚନ୍ଦନ କୁମାର ଦାସ, ବଂଶୀଧର ପ୍ରଧାନ, ଜଗନ୍ନାଥ ପଣ୍ଡା, ଚନ୍ଦନ ଦାସ, ଦୁର୍ଗା ଦତ୍ତ, ସୌମ୍ୟରଂଜନ ମହାନ୍ତି, ରାକେଶ ବର୍ମନ, ଉତ୍ତମ ଜେନା, ଗୌତମ ଜେନା, ସମ୍ବାଦ ସମ୍ପାଦନା ବିଭାଗର କୈଳାସ ଚନ୍ଦ୍ର ବେହେରା, ସମ୍ବାଦ ସହର ପ୍ରତିନିଧି ମନୋଜ କୁମାର ରାଉଳ, ଉତ୍ତରଓଡ଼ିଶା ସଂସ୍କରଣର ଆମ ଓଡ଼ିଶା ସହଯୋଗୀ ଲକ୍ଷ୍ମୀଧର ବାରିକ ପରିଚାଳନା କରିଥିବା ବେଳେ ବଳରାମ ଦାସ, ଦୁର୍ଗା ଭୋଇ, ସୁବାଷ ଦାସ, ଛାତ୍ର ପ୍ରଦୀପ କୁମାର  ବାରିକ, ମନୋଜ ସାହୁ, ତାପସ ଜେନା, ମାନସ ବାରିକ, ଚନ୍ଦ୍ରକାନ୍ତ ମିଶ୍ର, ବିଶ୍ୱଜିତ୍‌ ସାହୁ, ଜ୍ୟୋତିର୍ମୟ ପାତ୍ର, ପଞ୍ଚାନନ ନାୟକ, ନିର୍ମଣଳ ଷଡ଼ଙ୍ଗୀ, ସ୍ମିତା ସାମନ୍ତ, ସୌଭାଗ୍ୟବତୀ ମହାକୁଡ଼, ବନସ୍ମିତା ଦାସ, ବନୀତା କୁଅଁର, ସ୍ୱାଗତିକା ବେହେରା, ଆଶା ବେହେରା, ସୌମ୍ୟାଶ୍ରୀ ଗିରି, ସୁମିତ୍ରା ମଣ୍ଡଳଙ୍କ ସହିତ ଅନୁଷ୍ଠାନର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ। ଶେଷରେ ଶ୍ରୀ ଦାସ ସମସ୍ତ ରକ୍ତଦାତାଙ୍କୁ ଧନ୍ୟବାଦ ଦେଇଥିଲେ।

 

ସମ୍ବନ୍ଧିତ ଖବର