‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ସହଯୋଗରେ ଏଫଏମ ବିଶ୍ୱବିଦ୍ୟାଳୟ ଏନଏସଏସ ପକ୍ଷରୁ ରକ୍ତଦାନ ଶିବିର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଅଧୀନ ନୂଆପାଢ଼ୀ ସ୍ଥିତ ଫକୀର ମୋହନ ବିଶ୍ୱ ବିଦ୍ୟାଳୟ ଏନଏସଏସ ପକ୍ଷରୁ ‘ସମ୍ବାଦ’ ଓ  ଆମ ଓଡ଼ିଶା ସହଯୋଗରେ ଏକ ରକ୍ତଦାନ ଶିବିର ବିଶ୍ୱବିଦ୍ୟାଳୟ ମେଡିକାଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହାକୁ କୁଳପତି ପ୍ରଫେସର ଡ. ମଧୁମିତା ଦାସ ଉଦଘାଟନ କରି ପ୍ରତିବର୍ଷ ଏମିତି ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହାସହ ଛାତ୍ର ଜୀବନରେ ରକ୍ତଦାନ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ  ବିଶ୍ୱବିଦ୍ୟାଳୟର  କୁଳସଚିବ ଅମର ସିଂ ସୋରେନ, ପିଜି କାଉନସିଲ ଚେୟାରମେନ ସୂର୍ଯ୍ୟନ୍ଦୁ ଦେ, ପ୍ରଫେସର ବିଷ୍ଣୁପ୍ରସାଦ ଦାସ, ଏନଏସଏସ ସଂଯୋଜକ ଡ. ପବିତ୍ର ମୋହନ ନାୟକ, ବାଲେଶ୍ୱର ରକ୍ତଭଣ୍ଡାର ଅଧିକାରୀ ଡା. ବସନ୍ତ କୁମାର ଉପାଧ୍ୟାୟ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ପ୍ରୋଗ୍ରାମ ଅଫିସର ଡ.ରାମକୃଷ୍ଣ ପ୍ରଧାନ ଓ ଡ. ଶୁଭଶ୍ରୀ ମହାଳିକଙ୍କ ନେତୃତ୍ୱରେ ଆୟୋଜିତ ରକ୍ତଦାନ ଶିବିରରୁ ରକ୍ତ ସଂଗୃହୀତ ହୋଇଥିଲା।

ଡାକ୍ତର ଉପାଧ୍ୟାୟ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ସୁଚିସ୍ମିତା ଦାସ, ଟେକ୍ନିସିଆନ ବସନ୍ତ କୁମାର ଜେନା, ଅକ୍ଷୟ କୁମାର ଜେନା, ବିନୋଦ ବିହାରୀ ଦାସ, ହେମଲତା ସେଠୀ, ସନ୍ତୋଷ କୁମାର ଜେନା ରକ୍ତ ସଂଗ୍ରହ କରିଥିଲେ।ଅଞ୍ଜଳୀ ପ୍ରଧାନ, ଅଶ୍ରୁମୋଚନ ବାରିକ,ବଳଭଦ୍ର ଦେହୁରୀ, ଛାତ୍ର ସମ୍ପାଦକ ସାର୍ଥକ ନାୟକ, ଅଙ୍କିତା ରାଉତ, ବିଭୁପ୍ରସାଦ ବେହେରା, ମାନସ ପଣ୍ଡା, ବିଶ୍ୱଜିତ ପଣ୍ଡା, ସାଗର ମହାପାତ୍ର, ନିଶା ସିଂ, ରେମୁଣା ସମ୍ବାଦ ବ୍ଲକ ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ପାଢ଼ୀ ଶିବିର ପରିଚାଳନା କରିଥିବା ବେଳେ ସନ୍ତୋଷ କୁମାର ସାହୁ, ସୌମ୍ୟରଂଜନ ମହାପାତ୍ର, ଅଜୟ କୁମାର ମହାପାତ୍ର, ପ୍ରଭାତୀ ପଣ୍ଡା, ପ୍ରଯୋକ୍ତା ମାଝୀ, ଉଦୟ କୁମାର ଗିରି, ଲିପିକା ପଣ୍ଡା, ଜୀବନ ନାୟକ, କୈଳାସ ବେହରା, ଲଷ୍ମୀଧର ବାରିକଙ୍କ ସମେତ ବିଶ୍ୱବିଦ୍ୟାଳୟର କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର