ବାସନ୍ତୀ ଅଟୋ ଏଜେନ୍ସି ପକ୍ଷରୁ ମେଗା ରକ୍ତଦାନ ଶିବିର

ରକ୍ତ ଦାନ କଲେ ୧୦୫ ଗ୍ରାହକ ଓ କର୍ମଚାରୀ

ବାଲେଶ୍ବର: ରେମୁଣା ଗୋଲେଇ ଜାନୁଗଞ୍ଜ ଶିଳ୍ପାଞ୍ଚଳ ସ୍ଥିତ ମହିନ୍ଦ୍ରା କମ୍ପାନୀର ବାଲେଶ୍ବର ଫାଞ୍ଚାଇଜ୍‌ ବାସନ୍ତୀ ଅଟୋ ଏଜେନ୍ସି ପକ୍ଷରୁ ଏହାର ୱାର୍କସପ୍‌ରେ ଆଜି ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଜେନ୍ସିର ମୁଖ୍ୟ ବାସନ୍ତୀ ପାଣିଙ୍କ ସ୍ବାମୀ ତଥା ଏଜେନ୍ସିର ପ୍ରତିଷ୍ଠାତା ସ୍ବର୍ଗତ ହରିଶ୍ଚନ୍ଦ୍ର ପାଣିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ପାଣି ଶିବିରକୁ ଉଦ୍‌ଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ବାଲେଶ୍ବର ରକ୍ତଭଣ୍ଡାର ଅଧିକାରୀ ବସନ୍ତ କୁମାର ଉପାଧ୍ୟାୟ, ଏଜେନ୍ସିର ମୁଖ୍ୟ ନିର୍ଦେଶକ ବିଜୟ କୁମାର ପାଣି, ନିର୍ଦେଶକ ଅଜୟ କୁମାର ପାଣି ଓ ସଞ୍ଜୟ କୁମାର ପାଣି ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ ପୂର୍ବରୁ ସ୍ବର୍ଗତ ପାଣିଙ୍କ ଉଦ୍ଦେଶ୍ୟରେ ଏଜେନ୍ସିର ସମସ୍ତ କର୍ମଚାରୀଙ୍କ ଦ୍ବାରା ଏକ ସ୍ମୃତିସଭା ହୋଇଥିଲା। ଜେନେରାଲ ମ୍ୟାନେଜର ମାନସ କୁମାର ରାଉତ, ମ୍ୟାନେଜର ଉଦୟ କୁମାର ଦାସ, ଜ୍ୟୋତି ପ୍ରକାଶ ଶତପଥୀ, ଏଚ୍‌ଆର ମୁଖ୍ୟ ଜଗଦୀଶ୍ବର ପଣ୍ଡା, ଗୀତାଞ୍ଜଳି ମହାଳିକ, ଚିତ୍ତରଂଜନ ମହାନ୍ତି, ସେଲ୍ସ ମ୍ୟାନେଜର ସଂଜୀବ କୁମାର ପଣ୍ଡା‌, ସୁଶାନ୍ତ କୁମାର ଜେନାଙ୍କ ତତ୍ତ୍ବବଧାନରେ ଅନୁଷ୍ଠିତ ଶିବିରରୁ ୧୦୫ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା। ଡ. ଉପାଧ୍ୟାୟ ରକ୍ତଦାତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ବେ‌େଳ ଟେକ୍ନିସିଆନ୍‌ ଅକ୍ଷୟ କୁମାର ଜେନା, ସ୍ବାତୀ ସୁଚରିତା ରାଜ୍‌, ଅଜୟ କୁମାର ମହାପାତ୍ର ଓ ନରେନ୍ଦ୍ର ମଲ୍ଲିକ ରକ୍ତସଂଗ୍ରହ କରିଥିଲେ। ବିଜୟ କୁମାର ଜେନା, ରିଣ୍ଟୁ ଦାସ, ସନତ ପରିଡ଼ା, ଗୋପାଳକୃଷ୍ଣ ବେହେରା, ଗୋପାଳକୃଷ୍ଣ ସାହୁ, ଆଦିତ୍ୟ ବେହେରା, ଅଜୟ ପଣ୍ଡ‌ା, ଗୋକୁଳ ପାଣିଗ୍ରାହୀ, ‌େରାମିଓ ରଂଜନ ଦେ, ଅଂଶୁମାନ ଦାସ ଓ ଆମ ଓଡ଼ିଶାର ସହଯୋଗୀ ଲକ୍ଷ୍ମୀଧର ବାରିକ୍‌ ଶିବିରକୁ ପରିଚାଳନା କରିଥିବା ବେଳେ ‘ସମ୍ବାଦ’ର ଅମିତ୍‌ ରାୟବେହେରା ଓ ଏଜେନ୍ସିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।


ରକ୍ତଦାନ କରିଛନ୍ତି  ଜ୍ୟୋତିପ୍ରକାଶ ଶତପଥୀ, ଶମ୍ଭୁନାଥ ଜେନା, ବିଜୟ କୁମାର ପାଣି, ତନୁଶ୍ରୀ ପାତ୍ର, ସ୍ମୃତିରଂଜନ ବାଗ୍‌, ରିତୁ କୁମାର ଦାସ, ଅଜୟ କୁମାର ପଣ୍ଡା, ଅଜୟ କୁମାର ପାଣି, ସଂଜୟ ପାଣି, ଉଦୟ କୁମାର ଦାସ, ଚିତ୍ତ ରଂଜନ ମହତ୍‌, ଅଂଶୁମାନ ଦାସ, ପ୍ରଣୟ କୁମାର ମହାନ୍ତିି, ବିଦ୍ୟାଧର ଦାସ, ଦାମୋଦର ଗିରି, ରବୀନ୍ଦ୍ର ବାରିକ, ଗୀତାଞ୍ଜଳି ମହାଳିକ, ରମୟ ରଂଜନ ପଣ୍ଡା, କରୁଣାକର ପାତ୍ର, ଲୋହିତ ରଂଜନ ମହାନ୍ତି, ଦିଲ୍ଲୀପ ମହାନ୍ତି, ବିଦ୍ୟାଧର ମୁର୍ମୁ, ବିଦେନ୍ଦୁ କୁମାର ଦ୍ବିବେଦୀ, ମିଲନ କୁମାର ପୃଷ୍ଟି, କୁଶ ସେଠୀ, କୃଷ୍ଣକାନ୍ତ ବେହେରା, ପ୍ରଦୀପ ବୋଇଠା, ରାମଚନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ପଣ୍ଡା, ହିମାଂଶୁ ଶେଖର ପଣ୍ଡା, ରାଜେଶ କୁମାର ଜେନା, ପରମେଶ୍ବର ଦାସ, ରୂପକ ଜେନା, ଦିବ୍ୟରଂଜନ ଜେନା, ଜଗଦୀଶ୍ବର ପଣ୍ଡା, ସରୋଜ କୁମାର ମହଲ, ନୀଳାଦ୍ରୀ ବିହାରୀ ପାଢ଼ୀ, ସତ୍ୟନାରାୟଣ ପଣ୍ଡା, ସୁଶାନ୍ତ କୁମାର ଷେଣ୍ଢ, ସଂଜୟ ବେହେରା, ଅନୀଲ କୁମାର ଦାସ, ଅମରେନ୍ଦ୍ର ବିନ୍ଧାଣୀ, ଅବ୍ଦୁଲ ହମିଦ୍‌ ଖାଁ, ସେକ୍‌ ଗରିଫ୍‌, ଅବିନାଶ ଛୋଟରାୟ, ରାଜେଶ କୁମାର ଭୂୟାଁ, ସୂର୍ଯ୍ୟ ମହାନ୍ତି, ଦେବଯାନୀ ମହାନ୍ତି, ଅମୃତାଂଶୁ ପଣ୍ଡା, ଗୌତମ ମହାନ୍ତି, ଗିରୀଶ ଚନ୍ଦ୍ର ମହାନ୍ତ, ରଂଜନ କୁମାର ନାୟକ, ଜଗନ୍ନାଥ ଦତ୍ତ, ମଧୁସୂଦନ ସେଠୀ, ଦୀପେଜ୍‌ କୁମାର ପ୍ରଧାନ, ଲୀଳାବତୀ ଓଝା, ରାଜେନ୍ଦ୍ର କୁମ‌ାର ସିଂ, ସରୋଜ କୁମାର ବେହେରା, ବିଶ୍ବଜିତ୍‌ ଶାହା, ରାକେଶ କୁମାର ପୃଷ୍ଟି, ସ୍ମିତା ମହାନ୍ତି, ସୁଶାନ୍ତ କୁମାର ସାହୁ, ମହେଶ୍ବର ରାଉତ, ରାଜଶ୍ରୀ ପଣ୍ଡା, ରାଜଶ୍ରୀ ପଣ୍ଡା, ପୁଷ୍ପମିତ୍ରା ପାଢ଼ୀ, ଭବେଶ ମହାନ୍ତି, ବିକାଶ ନାୟକ, ଦୀପବନ୍ଧୁ ଦାସ, ସ୍ମୃତିରେଖା ଜେନା, ଦୀପକ ଜେନା, ମହେଶ୍ବର ହାଁସଦା, ସୁଶାନ୍ତ କୁମାର ସାହୁ, ରାକେଶ କୁମାର ମହାନ୍ତି, ସାଗର କୁମାର ନାୟକ, ସୁଶାନ୍ତ କମିଳା, ବିଷ୍ଣୁ ଭୋଦ୍ରା, ଅଶୋକ କୁମାର ଦାସ, ରାକେଶ କୁମାର ସାହୁ, ବିଜୟ କୁମାର ଜେନା, ସୁଶାନ୍ତ କୁମାର ଜେନା, କରୁଣାକର ଜେନା, ରମାକାନ୍ତ ମହାନ୍ତି, ମହେଶ୍ବର ପ୍ରଧାନ, ଶରତ ଚନ୍ଦ୍ର ବେହେରା, ପ୍ରଦୀପ ସିଂ, ଶ୍ରୀଧର ମହାରଣା, ବୈଦ୍ୟନାଥ ସାହୁ, ବିଜୟ କୁମାର ରାଉତ, ସଂଜୀବ କୁମାର ପଣ୍ଡା, ସରୋଜ ଗୋଚ୍ଛାୟତ, ଶ୍ରୀକୃଷ୍ଣ ଜେନା, ସ୍ବୟଂପ୍ରଭା ଦାସ, କିରଣ ପ୍ରସାଦ ରାଓ, ପ୍ରତାପ ପ୍ରଧାନ, ନିମାଇଁ ହାଁସଦା, ଶକ୍ତିପ୍ରସାଦ ସେଠୀ, ରବୀନ୍ଦ୍ର ମହାନ୍ତି, ଦୟାନିଧି ପଣ୍ଡା, ପ୍ରମୋଦ କୁମାର ଚୌଧୁରୀ, ଅମରେନ୍ଦ୍ର ସେଠୀ, ସତ୍ୟବ୍ରତ ଦାସ, ସୁଜିତ୍‌ କୁମାର ବେହେରା, ଅଭିଷେକ ପ୍ରଧାନ ଓ ସୂରଜ କୁମାର ପଟ୍ଟନାୟକ।

ସମ୍ବନ୍ଧିତ ଖବର