ମୁଥ୍‌ଟ ମାଇକ୍ରୋ ଫାଇନାନ୍ସରେ ରକ୍ତଦାନ ଶିବିର

ବାଲେଶ୍ବର: ବାଲେଶ୍ବର ମୁଥ୍‌ଟ ମାଇକ୍ରୋ ଫାଇନାନ୍ସ ପକ୍ଷରୁ ଏକ ରକ୍ତଦାନ ଶିବିର “ସମ୍ବାଦ”-ଆମଓଡ଼ିଶା ସହଯୋଗରେ ସେଲଟେକ୍ସ କଲୋନୀ ସ୍ଥିତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବ୍ରାଞ୍ଚ ମ୍ୟାନେଜର ଆଲୋକ କୁମାର ପାତ୍ର ଓ ଡିଭିଜନାଲ ମ୍ୟାନେଜର ତନ୍ମୟ କୁମାର ନାୟକ ତତ୍ତ୍ବାବଧାନରେ ଆୟୋଜିତ ଶିବିରକୁ ବାଲେଶ୍ବର ଉପଜିଲ୍ଲାପାଳ ନିଲୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ବାଲେଶ୍ବର ରକ୍ତଭଣ୍ଡାରର ଅଧିକାରୀ ଡା ବସନ୍ତ କୁମାର ଉପାଧ୍ୟାୟ, ନୋର୍ଥ ଚିପି ମ୍ୟାନେଜର ମନମୋହନ ପିଲାଇ,ଉନ୍ନୟନ ଅଧିକାରୀ ବୁଦ୍ଧଦେବ ପଣ୍ଡା, ଡିଭିଜନାଲ ମ୍ୟାନେଜର ସୁମନ୍ତ କୁମାର ମହାରଣା, ଏରିୟା ଆକ୍ଟିଭିଟି ମ୍ୟାନେଜର ବିଶ୍ବଜିତ ନାୟକ, ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ ଅତିଥି ମାନେ ରକ୍ତଦାନ କରିଥିଲେ।ସହକର୍ମୀ ଆଶିଷ କୁମାର ପତି, ଉମେଶ କୁମାର ଦାସ, ସିଦ୍ଧାର୍ଥ ସାମଲ, ବିଶ୍ବନାଥ ଦଳେଇ, ବିପ୍ଳବ ପରିଡ଼ା, ଦେବୀପ୍ରସାଦ ସାମଲ, ଚିନ୍ମୟ କୁମାର ସାମଲ, ସୂର୍ଯ୍ୟକାନ୍ତ ଦାସ, ପରେଶ ବାବୁ, ଭକ୍ତହରି ଦାସ, ଶୁଭବ୍ରତ ପାଣିଗ୍ରାହୀ ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ। ଡା ଉପାଧ୍ୟାୟ ରକ୍ତଦାତା ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଟେକ୍ନିସିଆନ ବିଜୟ କୁମାର ପଟ୍ଟନାୟକ, ବସନ୍ତ କୁମାର ଜେନା, ହେମଲତା ସେଠି ଓ ନରେନ୍ଦ୍ର ମଲ୍ଲୀକ ରକ୍ତ ସଂଗ୍ରହ କରିଥିଲେ। ସମ୍ବାଦ ସହର ପ୍ରତିନିଧି ମୋନଜ କୁମାର ରାଉଳ ଓ ଲକ୍ଷ୍ମୀଧର ବାରିକ ସହଯୋଗ କରିଥିଲେ।ଏହି ଶିବିରରୁ ୪୦ ୟୁନିଟ ରକ୍ତ ସଂଗ୍ରହୀତ ହୋଇଥିଲା। ଅଲିନ କୁମାର ମହାନ୍ତି, ଦେବୀପ୍ରସାଦ ସାମଲ,ବିଶ୍ୱଜିତ ନାୟକ, ଆଶିଷ କୁମାର ପତି, ସିଦ୍ଧାର୍ଥ ସାମଲ,ସୂର୍ଯ୍ୟକାନ୍ତ ଦାସ,ସୁଭବ୍ରତ ପାଣିଗ୍ରାହୀ, ପରେଶ କୁମାର ରଥ,ବିପ୍ଳବ ପରିଡ଼ା, ଚିନ୍ମୟ ନାୟକ, ନିଗମ କିଶୋର ମହାପାତ୍ର, ଭକ୍ତ ହରି ସାହୁ, ଉମେଶ କୁମାର ଦାଶ, ସୁଚିତ୍ରା ମହାପତ୍ର, ମମତା ସାହୁ,ବିକାଶ ଜେନା,ସୁଧାଂଶୁ ନାୟକ, ବୁଦ୍ଧ ଦେବ ପଣ୍ଡା, ଦୀପକ ରାଉତ,ବିରଞ୍ଚି ନାରାୟଣ ସାହୁ,ପ୍ରକାଶ ନାୟକ,ବିରେନ୍ଦ୍ର ନାରାୟଣ ମଲ୍ଲୀକ, ବସନ୍ତ କୁମାର ବଳ, ଦୟାନିଧି ଆଡ଼କ,ସୀତାଅଂଶୁ ଶେଖର ପଣ୍ଡା, ପ୍ରସଂଞ୍ଜିତ ପାଣିଗ୍ରାହୀ, ରାଜେଶ କୁମାର ବେହେରା, ନାରାୟଣ ମିଶ୍ର, ଉପେନ୍ଦ୍ର ଖଟୁଆ,ସ୍ୱାଭିମାନ ସାମଲ,କୃଷ୍ଣ ଚନ୍ଦ୍ର ଚମ୍ପତ୍ତି, କୃତିସୁନ୍ଦର ନାଥ,ତନ୍ମୟ କୁମାର ନାୟକ, ଆଶିଷ ବେହେରା, ସୁମନ୍ତ ମହାରଣା, ଶୁଭମ କୁମାର ଦାସ, ଆଲୋକ କୁମାର ପାତ୍ର।

ସମ୍ବନ୍ଧିତ ଖବର