ବାଲେଶ୍ୱରରେ ଏସଏମଏସସି ପକ୍ଷରୁ ରକ୍ତ ଦାନ ଶିବିର

ବାଲେଶ୍ୱର: ଏସଏମଏସସି କମ୍ପିଟେଟିଭି ସେଣ୍ଟର ପକ୍ଷରୁ ବୁଧବାର ଏକ ରକ୍ତଦାନ ଶିବିର ‘ସମ୍ବାଦ ଆମ ଓଡ଼ିଶା’ ସହଯୋଗରେ ଆଜିମାବାଦ ରାମ ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ବାଲେଶ୍ୱର ଉପଜିଲ୍ଲାପାଳ ନିଲୁ ମହାପାତ୍ର ଉଦ୍‌ଘାଟନ କରିଥିଲେ।

ଅନ୍ୟତମ ଅତିଥି ଭାବେ ଦୈନିକ ଖବରକାଗଜ ‘ପ୍ରମେୟ’ର ଉତ୍ତର ଓଡିଶା ସଂସ୍କରଣ ମୁଖ୍ୟ ବଳରାମ ପାଢ଼ୀ, ଖଇରା କଲେଜର ଅଧ୍ୟାପକ ଯୁଗଳ କିଶୋର ଗାହାଣ, ବାଲେଶ୍ୱର ରକ୍ତ ଭଣ୍ଡାର ଅଧିକାରୀ ଡ଼ା ମହେଶ କୁମାର ବିଶ୍ୱାଳ ପ୍ରମୁଖ ଯୋଗଦେଇ ରକ୍ତ ଦାତାଙ୍କୁ ଉତ୍ସାହିତ କରିବା ସହ ଏ ଭଳି ମହତ କାମକୁ ପ୍ରଶଂସା କରିଥିଲେ। ଏସଏମଏସସିର ନିର୍ଦେଶକ ଆଦିତ୍ୟ ନାରାୟଣ ଦାସଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରୁ ୨୨୩ ୟୁନିଟ ରକ୍ତ ସଂଗ୍ରହୀତ ହୋଇଥିଲା।

ଡ଼ା ବିଶ୍ୱାଳ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ସୁଚିସ୍ମିତା ଦାସ ଟେକ୍ନିସିଆନ ବିଜୟ କୁମାର ପଟ୍ଟନାୟକ, ଅଜୟ କୁମାର ମହାପାତ୍ର, ହେମଲତା ସେଠୀ, ନରେନ୍ଦ୍ର ମଲ୍ଲିକ ରକ୍ତ ସଂଗ୍ରହ କରୁଥିଲେ। ଶୁଭଙ୍କର ସାହୁ, ଚନ୍ଦନ କୁମାର ଦାସ, ବଂଶୀଧର ପ୍ରଧାନ, ଜଗନ୍ନାଥ ପଣ୍ଡା, ସମ୍ବାଦ ସମ୍ପାଦନା ବିଭାଗର କୈଳାସ ଚନ୍ଦ୍ର ବେହେରା, ଉତ୍ତର ଓଡ଼ିଶା ସଂସ୍କରଣର ସହଯୋଗୀ ଲଷ୍ମୀଧର ବାରିକ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର