ରୋଟାରୀ କ୍ଲବ ବାଲେଶ୍ୱର ସେଣ୍ଟ୍ରାଲ ପକ୍ଷରୁ ରକ୍ତଦାନ ଶିବିର

ବାଲେଶ୍ୱର: ରୋଟାରୀ କ୍ଲବ ବାଲେଶ୍ୱର ସେଣ୍ଟ୍ରାଲ ପକ୍ଷରୁ ଏକ ରକ୍ତଦାନ ଶିବିର ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ରବିବାର ସ୍ଥାନୀୟ ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ରୋଟାରୀ କ୍ଲବର ଡିଜିଏନଡି ଶାନ୍ତନୁ ପାଣି ଯୋଗଦେଇ ଶିବିରକୁ ଉଦଘାଟନ କରିବା ସହ ରକ୍ତ ସଂଗ୍ରହ କ୍ଷେତ୍ରରେ ସମ୍ବାଦ-ଆମ ଓଡ଼ିଶାର ଭୂମିକାକୁ ଭୁୟସୀ ପ୍ରଶଂସା କରିଥିଲେ। ଅଭିଯାନକୁ ଆହୁରି ବ୍ୟାପକ କରିବାକୁ ରୋଟାରୀ କ୍ଲବର ସମସ୍ତ ସଦସ୍ୟଙ୍କୁ ସେ ଆହ୍ଵାନ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଆର୍ଟ କଲେଜର ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ଦାସ, ବାଲେଶ୍ୱର ରକ୍ତ ଭଣ୍ଡାର ଅଧିକାରୀ ଡା. ବସନ୍ତ କୁମାର ଉପାଧ୍ୟାୟ, ରୋଟାରୀ କ୍ଲବ ବାଲେଶ୍ୱର ସେଣ୍ଟ୍ରାଲର ସଭାପତି ମନୋରଂଜନ ରାଉତ, ସମ୍ପାଦକ ଲକ୍ଷ୍ମୀକାନ୍ତ ସ୍ୱାଇଁ, ଚେୟାରମେନ ଦେବାଶିଷ ମିଶ୍ର, କୋ-ଚେୟାରମେନ ଜ୍ୟୋତିପ୍ରକାଶ ଜେନା ଓ ନିରଞ୍ଜନ ମହାନ୍ତି ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ସତ୍ୟମ ମିଶ୍ର ମଂଚ ପରିଚାଳନା କରିଥିଲେ। ଡା. ଉପାଧ୍ୟାୟ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଟେକ୍ନିସିଆନ ବିଜୟ କୁମାର ପଟ୍ଟନାୟକ, ଦିଲଦାର, ବିନୋଦ ବିହାରୀ ଦାସ, ନରେନ୍ଦ୍ର ମଲ୍ଲିକ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଶ୍ରୀ ଦାସ ପ୍ରଥମେ ରକ୍ତଦାନ କରିଥିଲେ। ଓଡ଼ିଶା ଆମ ଓଡ଼ିଶାର ସହଯୋଗୀ ଲକ୍ଷ୍ମୀଧର ବାରିକ, କ୍ଲବର ସଦସ୍ୟ ଜୟନ୍ତ ରଣା, ଗୌରହରି ମଲ୍ଲିକ, ର୍ନିମଳ ମୁଖାର୍ଜୀ, ଗୋକୁଳ କୃଷ୍ଣ ବେହେରା, ସାଗର ଅଗ୍ରୱାଲ, ସଞ୍ଜୟ ଦାସ, ରୋନାଲିସା ପଣ୍ଡା, ଅର୍ପିତା ମହାପାତ୍ର, ରାଜୀବ ବୋଷ, ଜୟନ୍ତ ତ୍ରିପାଠୀ, ମୃତ୍ୟୁଞ୍ଜୟ ରାଉତ, ସ୍ମାରକ ଦାସ ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ। ରୋଟ୍ରାକ୍ଟ ସୋମନାଥ କର, ସଚିନ ନାୟକ, ମନୋଜ ଜେନା, ରାହୁଲ କୁମାର ରାଉତଙ୍କ ସହ କ୍ଳବର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

ରକ୍ତଦାତା ଜୀବନ ଦାତା-ଅଭିଷେକ ମହାନ୍ତି, ସଞ୍ଜୟ କୁମାର ମହାନ୍ତି, ରାକେଶ କୁମାର ଦାସ, ଜ୍ୟୋତିରଞ୍ଜନ ନାୟକ, ରଞ୍ଜନ ମହାନ୍ତି, ରଞ୍ଜନ ମହାନ୍ତି, ସୁବ୍ରତ ବଳୟ ଜେନା, ଦୈତାରି ବେହେରା, ଦେବସ୍ମିତା ଦାସ, କହ୍ନେଇ ଚରଣ ପ୍ରଧାନ, ଗିରିଜା ଶଙ୍କର ମୁଖୀ, ବିନୟ କୁମାର ସାହୁ, ସୁଷନା ସିଂ, ଲକ୍ଷ୍ମୀକାନ୍ତ ସ୍ୱାଇଁ, ଲକ୍ଷ୍ମଣ କୁମାର ପୃଷ୍ଟି, ଗପେଶ୍ୱର ନାୟକ, ସୁଭଜିତ ବାରିକ, ଏସ୍‌ ଅମାନ, ଲଳିତମୋହନ ରାଉତ, ଅଙ୍କିତ କର, ଗୋପୀନାଥ ବେହେରା, ସୁସ୍ମିତା ମହାପାତ୍ର, ଅଜୟ କୁମାର ମହାପାତ୍ର, ରଞ୍ଜିତା ନାୟକ, ଆତ୍ମାରାମ ବେହେରା, ଭବେଶ ଚନ୍ଦ୍ର ନାୟକ, ରାଜୀବ କୁମାର ଗିରି, ଅଙ୍କିତା ଦ୍ଵିବେଦୀ, ଲୋପାମୁଦ୍ରା ଶତପଥୀ, ବିଜେତା ରଣା, ମହିମା ବେହେରା, ସବିତା ଦାସ, ଅଜୟ କୁମାର ମଲ୍ଲିକ, ଅରୁପ କୁମାର ସାହୁ, ରାଜୀବଲୋଚନ ବୋଷ, ଚନ୍ଦ୍ରଲେଖା ମହାକୁଡ଼, ଗାର୍ଗୀ ଝା, ପ୍ରଦୀପ କୁମାର ପ୍ରଧାନ, ରାଜୀବ ଲୋଚନ ଅଧିକାରୀ, ସେକ୍‌ ଅର୍ଷଦ କାଦ୍ରୀ, ସୂର୍ଯ୍ୟକାନ୍ତ ମାଝୀ, ଗୌତମ ମାଝୀ, ଶ୍ରାବଣ କୁମାର ଦାସ, କିଶୋର କୁମାର ସାହୁ, ରାମମୋହନ, ସତ୍ୟଜିତ ବେହେରା, ଜୟନ୍ତ ସାମଲ, ବିକ୍ରମ କେଶରୀ ଦାସ, କାର୍ତିକ ଚନ୍ଦ୍ର ପ୍ରଧାନ, ଗୋକୁଳ କୃଷ୍ଣ ବେହେରା, ମନୋଜ କୁମାର ରଣା, ଅଭିଷେକ ନନ୍ଦ, ଦେବ ଗୋସ୍ୱାମୀ, ରୀମା ମୁଖାର୍ଜୀ, ମହେଶ କୁମାର ବେହେରା, ଦେବଦତ୍ତ ଦାସ, ସିଦ୍ଧାନ୍ତ ସାହୁ, ସୀମିତ ମହାନ୍ତି, ଦେବାଶିଷ ମିଶ୍ର, ଶରତ ପ୍ରଧାନ, ରାହୁଲ କୁମାର ରାଉତ, ନିକୁଞ୍ଜ ଦାସ,ପ୍ରକାଶ କୁମାର ମାଝୀ, କୌସ୍ତବ ବେରା, ର୍ନିମଳ କୁମାର ମୁଖାର୍ଜୀ, ନିରଞ୍ଜନ ମହାନ୍ତି, ମନୋରଞ୍ଜନ ରାଉତ, ଫନିଶଙ୍କର, ସତ୍ୟମ କୁମାର ମିଶ୍ର, ଗୌରହରି ମଲ୍ଲିକ।

ସମ୍ବନ୍ଧିତ ଖବର