ବାଲେଶ୍ୱର: ଜାତୀୟ ରାଜପଥ-୬୦ର ବାଲେଶ୍ବର ଜିଲ୍ଲା ଫୁଲାଡ଼ି ଛକରୁ ବାଲେଶ୍ବର ସହରକୁ ଆସିବାପାଇଁ ବୁଢାବଳଙ୍ଗ ନଦୀ ଉପରେ ନିର୍ମାଣ ସେତୁର ସେଟରିଂ ଆଜି ଭୁଶୁଡିପଡିଛି | ଆଜି ଅପରାହ୍ନ ୫ଟା୩୦ ସମୟରେ ବ୍ରିଜର ନିର୍ମାଣାଧିନ ପିଲାର ଭୁଶୁଡି ପଡିଥିବା ବେଳେ କାରଣ କ’ଣ ତାହା ଜଣାପଡିନାହିଁ | ଏଠାରେ ସୂଚନା ଥାଉ କି ସପ୍ତାହେ ପୂର୍ବରୁ ବ୍ରିଟିସ ସରକାରଙ୍କ ଅମଳରୁ ବ୍ୟବହାର ହେଉଥିବା ପୁରାତନ ସେତୁ ବିପଦସଙ୍କୁଳ ଅବସ୍ଥାକୁ ଆସିଯାଇଥିବାରୁ ଯାତାୟାତ ବନ୍ଦ କରାଯାଇଥିଲା |
ବାଲେଶ୍ବର ସହରକୁ ଆସିବା ପାଇଁ ସମଗ୍ର ଉତ୍ତର ବାଲେଶ୍ବରବାସୀଙ୍କ ସମେତ କୋଲକାତା ଓ ମୟୂରଭଂଜରୁ ଆସୁଥିବା ଲୋକଙ୍କ ପାଇଁ ଏହି ରାସ୍ତା ଏକ ପ୍ରମୁଖ ରାସ୍ତା ଭାବେ ବ୍ୟବହାର କରାଯାଇଥାଏ। ତେବେ ପୁରୁଣା ସେତୁର ବିକଳ୍ପ ଭାବେ ସେଠାରେ ୨୦୧୫ ମସିହାରେ ଆଉ ଏକ ନୂତନ ସେତୁ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହେଲା।
୨୬ କୋଟି ଟଙ୍କା ବ୍ୟୟ ଅଟକଳରେ ଉକ୍ତ ସେତୁ ନିର୍ମାଣ ୨୦୧୭ ମସିହା ଡିସେମ୍ବର ମାସରେ ସମ୍ପୂର୍ଣ୍ଣ ହେବାକୁ ଲକ୍ଷ୍ୟ ରଖାଯାଇଥିଲା। ହେଲେ ପ୍ରଥମ ଅବଧିରେ ଏହା ସମ୍ପୂର୍ଣ୍ଣ ହୋଇ ନପାରିବାରୁ ୨୦୧୮ ମସିହାରେ ସାରିବାକୁ ଲକ୍ଷ୍ୟ ରଖାଗଲା। ନିର୍ମାଣାଧୀନ ଉକ୍ତ ସେତୁରେ ୭ଟି ଖମ୍ବ(ପିଲାର) ମଧ୍ୟରୁ ୬ଟି ନିର୍ମାଣ କାର୍ଯ୍ୟ ପ୍ରାୟ ବର୍ଷେ ହେଲା ସରିଲାଣି। ଆଉ ଗୋଟିଏ ପିଲାର ନିର୍ମାଣ ହେଲେ ଏହା ଏକପ୍ରକାର ସମ୍ପୂର୍ଣ୍ଣ ହୋଇଥାନ୍ତା | ତେବେ ସେଟରିଂ ହୋଇଥିବାବେଳେ ଆଜି ଏହା ଭୁଶୁଡିପଡିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/6628a0ed-6902-433f-aa15-25eed82e1137.jpg)