ନୀଳଗିରି: ବେଗୁନିଆରୁ ତୋଟାପଡ଼ା ରାସ୍ତାରେ ଥିବା ପୋଲର ଅପର ପାର୍ଶ୍ଵ ପୁଣି ଭୁଶୁଡ଼ିଲା। ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧୀନ ବେଗୁନିଆରୁ ତୋଟାପଡ଼ା ରାସ୍ତାରେ ଥିବା ସୋନ ନଦୀର ଶାଖା ପୋଲଟି ଆଜି ସମ୍ପୂର୍ଣ୍ଣ ଭୁଶୁଡ଼ି ଗଳିପଡ଼ିଛି। କିଛିଦିନ ଆଗରୁ ପୋଲଟିର ଗୋଟିଏ ପାଖ ଭୁଶୁଡି ପଡ଼ିଥିବା ବେଳେ ଯୋଗାଯୋଗ ବିଛିନ୍ନ ହୋଇଥିଲା।  ଆଜି ପୁଣି ପୋଲଟି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି।

Advertisment

publive-image

ଏହାଫଳରେ ବେଗୁନିଆରୁ ତୋଟାପଡ଼ା, ସଂସାପାଳ ସମେତ ୧୦ରୁ ଉର୍ଦ୍ଧ୍ବ ଗ୍ରାମବାସୀଙ୍କ ଲାଗି ଯୋଗାଯୋଗ ବିଛିନ୍ନ ହୋଇରହିଛି। ଏହି ଗାଁର ଅର୍ଦ୍ଧାଧିକ ଲୋକ ପରିବା ଚାଷୀ ହୋଇଥିବାରୁ ବାହାରକୁ ଆସି ନପାରି ଦୀର୍ଘ ୧୫ କିଲୋମିଟର ବୁଲି ବାହାରକୁ ଆସୁଛନ୍ତି। ତେବେ ପ୍ରଶାସନ ଶୀଘ୍ର ସୁବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଗ୍ରାମବାସୀ।