୮୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ଜଳେଶ୍ବର : କଟକସ୍ଥିତ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଓ ବାଲେଶ୍ବର ଜିଲ୍ଲା ଅବକାରୀ ବିଭାଗ ତରଫରୁ ଜଳେଶ୍ବରର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୩ଜଣ ଚୋରା ବେପାରୀଙ୍କଠାରୁ ୭୯୩ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଥିବା ସୂଚନା ମିଳିଛି। ଜବତ ବ୍ରାଉନସୁଗରର ମୂଲ୍ୟ ୭୯ ଲକ୍ଷ ୩୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି କୁହାଯାଇଛି।

ବ୍ରାଉନସୁଗାର ଚାଲାଣ ହେଉଥିବା ସମ୍ପର୍କରେ ଅବକାରୀ ବିଭାଗକୁ ଗୋପନୀୟ ସୂଚନା ମିଳିଥିଲା। ସେହି ସୂଚନା ଆଧାରରେ ୬୦ ନମ୍ବର ଜାତୀୟ ରାଜପଥର ନନ୍ଦିକା, ଜମାଳପୁର ଓ ରାଜଘାଟ ଅଞ୍ଚଳରେ ଅବକାରୀ ବିଭାଗର ୩ଟି ଟିମ ପୃଥକ ପୃଥକ ଭାବେ ଚଢ଼ଉ କରି ଉପରୋକ୍ତ ୩ ବେପାରୀଙ୍କୁ ଧରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଜଳେଶ୍ବର ଥାନା ଶାସନବାଡ଼ ଗ୍ରାମର ସେକ୍ ମୁନାଙ୍କ ପୁଅ ସେକ ମୁସ୍ତାଫା(୨୪), ସିଂଲା ଥାନା ମୁଗପାଳ ଗାଁର ଲକ୍ଷ୍ମୀଧର ଦାସଙ୍କ ପୁଅ ପରେଶ ଦାସ(୩୪) ଓ ଦେଭୋଗ ଗ୍ରାମର ସେକ ସଲାଉଦ୍ଦିନଙ୍କ ପୁଅ ସେକାରୁଦ୍ଦିନ(୩୩)। ଏହି ୩ ଚୋରା ବେପାରୀ ପଶ୍ଚିମବଙ୍ଗରୁ ବେପାର ଉଦ୍ଦେଶ୍ୟରେ ଜଳେଶ୍ବର ଓ ସିଂଲାକୁ ବ୍ରାଉନସୁଗର ଆଣୁଥିଲେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର