ଜଳେଶ୍ୱର : ଜଳେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଆଜି ସ୍ଥାନୀୟ ଝାଡ଼େଶ୍ୱରପୁର ବସ୍ତି ରେଳ କଲୋନୀରେ ଚଢ଼ଉ କରାଯାଇ ୩୦ ଗ୍ରାମ ବ୍ରାଉନ୍ସୁଗାର ଜବତ କରାଯିବା ସହ ଜଣେ ବଙ୍ଗୀୟ ଯୁବକଙ୍କୁ ଗିରଫ କରାଯାଇଛି। ଜବତ ବ୍ରାଉନ୍ସୁଗାରର ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଗିରଫ ଅଭିଯୁକ୍ତଜଣକ ହେଉଛନ୍ତିି ପୂର୍ବମେଦିନୀପୁର ଜିଲ୍ଲା ଏଗ୍ରା ଥାନା ଅନ୍ତର୍ଗତ ଆକଲାବାଦ ଗାଁର ପଞ୍ଚାନନ ମାଝିଙ୍କ ପୁଅ ଦୁଲାଲ(୨୧)। ତାଙ୍କ ନିକଟରୁ ଡବ୍ଲ୍ୟୁବି ୩୨ ଇ ୫୬୭୯ ନଂ ସ୍କୁଟି ଜବତ କରାଯାଇଛି।
୩ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ, ବଙ୍ଗୀୟ ଯୁବକ ଗିରଫ
/sambad/media/post_attachments/wp-content/uploads/2018/06/arrested-person-1.jpg)