୨ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଜବତ, ବେପାରୀ ଗିରଫ

ବାଲେଶ୍ୱର : ଜିଲ୍ଲା ଅବକାରୀ ବିଭାଗ ମୋବାଇଲ ଟିମ୍‌ ଆଜି ଟାଉନ୍‌ ଥାନା ଅଧିନ ମଧୁଆମିଲ୍‌ ଛକରୁ ୨୦ଗ୍ରାମ ବ୍ରାଉନ୍‌ସୁଗର ଜବତ କରିଛି। ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ବ୍ରାଉନସୁଗର ବେପାରୀ ସୁନହଟ୍‌ ଅଞ୍ଚଳ ବଡ଼ଖୁଆରର ସେଖ୍‌ ଅଲ୍ଲି ହୁସେନ୍‌କୁ ଗିରଫ କରିଛି। ଅଲ୍ଲୀ ନିକଟରୁ ୭୦୦ ଟଙ୍କା ଜବତ ହୋଇଛି। ଜବତ ବ୍ରାଉନ୍‌ସୁଗରର ମୂଲ୍ୟ ୨ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

ଆଜି ଦି’ ପହରେ ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦେଶରେ ଇନ୍‌ସପେକ୍ଟର କରୁଣାଶଂକର ତିଓ୍ଵାରୀ ଓ ମୋବାଇଲ ଟିମ୍‌ର କେଶବ ଚନ୍ଦ୍ର ଦାସ ଏହି ଚଢ଼ଉ କରିଥିଲେ। ଏନେଇ ବିଭାଗ ପକ୍ଷରୁ ମାମଲା ରୁଜୁ ହେବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର