ବାଲେଶ୍ବର: ବାଲେଶ୍ବରର ସହଦେବଖୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରେ ଗତକାଲି ବିଳମ୍ବିତ ରାତିରେ ୧.୩ କୋଟିରୁ ଊର୍ଧ୍ବ ଟଙ୍କାର ବ୍ରାଉନ୍‌ ସୁଗାର୍‌ ଜବତ୍‌ ହୋଇଛି। ଏହି ବ୍ରାଉନ୍‌ ସୁଗାର୍‌ ଏକ କାର୍‌ରେ ଯାଉଥିବା ବେଳେ ଓଡ଼ିଶା କ୍ରାଇମବ୍ରାଞ୍ଚ ଶାଖାର ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ) ଏହାକୁ ଜବତ କରିଥିବା ସୂଚନା ରହିଛି।

Advertisment

ପୁଲିସ୍‌ କାର୍‌କୁ ଜବତ କରିବା ସହ ଏହି ବ୍ରାଉନ୍‌ ସୁଗାର୍‌ ଚାଲାଣରେ ସଂପୃକ୍ତ ଅଭିଯୁକ୍ତ ଏସ୍‌କେ ରିୟାଜୁଦ୍ଦିନ ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିବା ସୂଚନା ରହିଛି। ବିଶେଷ ସୂତ୍ରରୁ ଖବର ମିଳିବା ପରେ ଏସଟିଏଫ୍ ଟିମ୍ ଗତକାଲି ବିଳମ୍ବିତ ରାତିରେ ବସ୍ ଷ୍ଟାଣ୍ଡରେ ଚଢ଼ାଉ କରିଥିଲା। ଚଢ଼ାଉ ହୋଇଥିବା କାର୍‌ରୁ ୧.୩୨ କିଲୋଗ୍ରାମ ଓଜନର ବ୍ରାଉନ୍ ସୁଗାର ଏବଂ ଅନ୍ୟାନ୍ୟ ନିଷେଧ ସାମଗ୍ରୀ ଜବତ ହୋଇଥିବା ସୂଚନା ରହିଛି।

publive-image
MSN.com

ଅଭିଯୁକ୍ତ ବ୍ୟକ୍ତି ଜଣକ ଆବଶ୍ୟକୀୟ କାଗଜପତ୍ର ଦେଖାଇବାରେ ବିଫଳ ହେବାରୁ ଏସଟିଏଫ୍ ଟିମ୍ ତାଙ୍କୁ ଗିରଫ କରିଥିଲା। ତାଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିଲା।

ଏ ନେଇ ଏନ୍‌ଡିପିଏସ୍‌ ଅଧିନିୟମ, ୧୯୮୫ର ଧାରା ୨୧(ସି) ଅନୁଯାୟୀ ଏସ୍‌ଟିଏଫ୍ ପକ୍ଷରୁ ସ୍ଥାନୀୟ‌ ପୁଲିସ୍‌ ଷ୍ଟେସନ୍‌ରେ ଏକ ମାମଲା ରୁଜୁ ହୋଇ ତାହାର ତଦନ୍ତ ଏବେ ଆରମ୍ଭ ହୋଇଛି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ କେବଳ ୨୦୨୦ ମସିହାରେ ଏସ୍‌ଟିଏଫ୍‌ ଟିମ୍‌ ୧୬.୭୧୧ କିଲୋଗ୍ରାମ୍‌ର ବ୍ରାଉନ୍‌ସୁଗାର ଜବତ କରିଥିବା ବେଳେ ୪୧ ଜଣ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରିଛି।