ବାଲେଶ୍ଵର: କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କଫୋର୍ସ ପକ୍ଷରୁ ବାଲେଶ୍ଵର ରେଳଷ୍ଟେସନ ନିକଟରେ ଗତକାଲି ରାତ୍ରିରେ ୧କିଗ୍ରା ୧୦୦ ଗ୍ରାମ ବ୍ରାଉନସୁଗର ଜବତ୍ ସହ ୪ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ଟାଉନ୍ ଥାନା ଅଧୀନ ବାଲୁବଜାର ଅଞ୍ଚଳର ସେକ ଫୟାଜ, ସେକ ମୁରାଦ , ସେକ ସମସେଦ ଓ ପାତ୍ରପଡ଼ା ଗ୍ରାମର ସନ୍ଦୀପ ନାୟକ। ସେମାନଙ୍କ ନିକଟରୁ ଏକ ବକ୍ସର ବାଇକ ମଧ୍ୟ ଜବତ୍ ହୋଇଛି।

Advertisment

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ ବାଲେଶ୍ଵର ରେଳଷ୍ଟେସନ ରାସ୍ତାରେ ଡେରା ପକାଇଥିଲା। ସେହି ରାସ୍ତାରେ ଉକ୍ତ ଅଭିଯୁକ୍ତ ଏହି ସାମଗ୍ରୀ ନେଇ କାହାକୁ ଦେବା ନିମନ୍ତେ ଯାଉଥିଲେ। ଏସଟିଏଫ ଟିମ୍ ଯୁବକକୁ କାବୁ କରିବା ସହ ବ୍ରାଉନସୁଗର ଜବତ୍ କରିଥିଲା। ବିଭାଗ ପକ୍ଷରୁ ୧୬/୨୧.୮.୨୩ ରେ ଏନଡିପିଏସ ଆଇନର ଧାରା ୨୧(ସି)ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଉଲ୍ଲେଖଥାଉକି ୨୦୨୦ ଠାରୁ ଏସଟିଏଫ ବର୍ତ୍ତମାନ ପର୍ଯ୍ୟନ୍ତ ୭୧ କିଗ୍ରା ବ୍ରାଉନସୁଗର, ୨୦୨ ଗ୍ରାମ କୋକେନ୍ ଓ ବ୍ୟାପକ ଗଞ୍ଜା ଜବତ୍ କରିସାରିଲାଣି। ମୋଟ ଏ ବାବଦରେ ୧୭୬ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି।