ବାଲେଶ୍ୱର: ଆଇଟିଆଇ ଛକ ନିକଟରେ ଗୁରୁବାର ଅପରାହ୍ନରେ ନିଆଁ ଲାଗିଯିବାରୁ ଏକ ଚଳନ୍ତା କାର୍‌(ଓଡି ୦୨ବି ୧୨୨୧)ରେ ସଂମ୍ପୂର୍ଣ୍ଣ ରୂପେ ପୋଡ଼ିଯାଇଛି। କାର୍‌ରେ ହଠାତ୍‌ ନିଆଁ ଲାଗିବାରୁ ଏଥିରେ ବସିଥିବା ୩ଜଣ ଗାଡ଼ିକୁ ବନ୍ଦ କରି ବାହାରକୁ ଆସି ପାରିଛନ୍ତି। ସେମାନେ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବଞ୍ଚି ଯାଇଛନ୍ତି।

Advertisment

publive-image

ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱରରୁ ବାଲେଶ୍ୱର ଯାଉଥିବା ଏକ ରେନଲ୍‌ଟ କାର ‘ଡଷ୍ଟର’ରେ ଚଳନ୍ତା ଅବସ୍ଥାରେ ହଠାତ୍‌ ନିଆଁ ଲାଗି ଯାଇଥିଲା। କାର୍‌ ଭିତରେ ମୋଟ୍ରୋଲା କମ୍ପାନିର ୩ଜଣ କର୍ମଚାରୀ ବାଲେଶ୍ୱରକୁ ଯାଉଥିଲେ। କମ୍ପାନିର ସର୍ଭିସ ଏକ୍‌ଜ୍ୟୁକେଟିଭ୍‌ମାନେ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାର ଶିକାର ହୋଇଥିଲେ।

publive-image

କାର୍‌ ଭିତରେ କଟକ ଜିଲ୍ଲା ନିଆଳି ଅଞ୍ଚଳର ଭୂପେଶ କୁମାର ସିଂହ, କଟକ ବକ୍ସିବଜାର ଅଞ୍ଚଳର ରଣବୀର ମିଶ୍ର ଓ ଉତ୍ତରପ୍ରଦେଶର ଲକ୍ଷ୍ନୌର ଶ୍ରୁତି ବିହାର ଅଞ୍ଚଳର ସୁନିଲ ସିଂହ ଥିଲେ। କାର୍‌ରେ ନିଆଁ ଲାଗିବା ମାତ୍ରେ ୨ଟି ଦମକଳବାହିନୀରେ ଆଗ୍ନିକମାନେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ତା’ପୂର୍ବରୁ କାର୍‌ଟି ସଂମ୍ପୂର୍ଣ୍ଣ ରୂପେ ଭସ୍ମ ହୋଇ ଯାଇଛି।

ସୂଚନା ମିଳିବା ମାତ୍ରେ ଟ୍ରାଫିକ୍‌ ଥାନା ଓଆଇସି ପ୍ରଶାନ୍ତ ରଣସିଂହଙ୍କ ନେତୃତ୍ୱରେ ପୁଲିସ ଟମ୍‌ ପହଞ୍ଚି କାରଟିକୁ ଉଦ୍ଧାର କରାଯାଇଛି। ପୁଲିସ ୩ଜଣଙ୍କୁ ଥାନାରେ ପଚରାଉଚରା କରିଛି। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନାହିଁ।