ସୋର: ରାସ୍ତା କଡରେ ଛିଡ଼ା ହୋଇଥିବା ବାଲି ଟ୍ରକକୁ ଏକ କାର ଧକ୍କା ଦେବା ଫଳରେ କାରରେ ଥିବା ଚାରି ଜଣଙ୍କ ମଧ୍ୟରୁ ତିନିଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

Advertisment

ସୂଚନା ଅନୁସାରେ ଆଜି ସକାଳେ ପଶ୍ଚିମବଙ୍ଗ କଣ୍ଟେଇ ଅଞ୍ଚଳର ଅବଦୁଲ କରିମ ଖାନ,ରହମାନ ଅଲି ଖାନ ଓ ଆଜାଦ ଅଲି ଖାନ ତାଙ୍କ ବାପା ରଫିତ ଅଲି ଖାନଙ୍କୁ କ୍ୟାନ୍ସର ହୋଇଥିବାରୁ ଚିକିତ୍ସା ପାଇଁ କଟକ ହରିହର ଆଚାର୍ଯ୍ୟ କ୍ୟାନ୍ସର ହସ୍ପିଟାଲକୁ ନିଜର ଡବ୍ଲୁ ୩୨ ଏପି ୨୮୩୭ ନମ୍ବର ବିଶିଷ୍ଟ ମାରୁତି ଅଲ୍ଟୋ କାରରେ ଯାଉଥିଲେ। ଏହି ସମୟରେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ପାଇକାଳୀ ପୋଲ ନିକଟରେ ଛିଡ଼ା ହୋଇଥିବା ଏକ ଅଜଣା ବାଲି ଗାଡ଼ିକୁ କାରଟି ଧକ୍କା ଦେଇଥିଲେ। ପରେ ବାଲି ଗାଡ଼ିଟି ସେଠାରୁ ଫେରାର ହୋଇଥିବା ବେଳେ କାରରେ ଥିବା ସମସ୍ତ ଚାରିଜଣ ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ରଫିତ ଅଲି ଖାନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କାରଟିକୁ ଜବତ କରି ଥାନାରେ ରଖିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।