ସୋର: ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଚଡକମରା ନିକଟରୁ କଳା ପଲସରରେ ଦୁଇଜଣ ଦୁର୍ବୃତ୍ତ ମହିଳାଙ୍କ ବେକରୁ ଚଳନ୍ତା ଅବସ୍ଥାରେ ଗାଡିରୁ ସୁନା ଚେନ ଝାମ୍ପି ନେଇଛନ୍ତି।

Advertisment

ସୂଚନା ଅନୁସାରେ ସୋର ବ୍ଲକ ଗୋପୀନାଥପୁର ପଂଚାୟତ ସରପଞ୍ଚ ବନିତା ପଣ୍ଡା ଆଜି ପୂର୍ବାହ୍ନରେ ତାଙ୍କ ଭାଇଙ୍କ ସହ ବାଇକ ଯୋଗେ ବାପା ଘର ମଇତାପୁର ଦେଓପଡାରୁ ମଙ୍ଗଳପୁର ଅଭିମୁଖେ ଫେରୁଥିଲେ। ଏହି ସମୟରେ ଚଡ଼କମରା ନିକଟରେ ଦୁଇଜଣ ଦୁର୍ବୃତ୍ତ ତାଙ୍କ ପଛପଟରୁ ଏକ କଳା ରଙ୍ଗର ପଲସରରେ ଆସି ମହିଳାଙ୍କ ବେକରେ ଛୁରୀ ଲଗାଇ ପିନ୍ଧିଥିବା ୧୮ ଗ୍ରାମର ସୁନା ଚେନ ଝାମ୍ପିନେଇ ସୋର ଅଭିମୁଖେ ପଳାଇଥିଲେ।

ପରେ ସରପଞ୍ଚ ପଣ୍ଡା ସୋର ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ସୋର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ବାରମ୍ବାର ସୋର ଅଂଚଳରେ ଚୋରି, ଛିନତାଇ, ରାହାଯାନୀ, ହତ୍ୟା ଭଳି ଘଟଣା ଘଟୁଥିବା ବେଳେ ଦିନ ଦ୍ୱିପ୍ରହର ଜାତୀୟ ରାଜପଥରୁ ଛୁରୀ ଦେଖାଇ ଲୁଟ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।