ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ମୁଳିସିଂ ଗ୍ରାମର ଜଣେ ଦେଢ଼ ବର୍ଷର ଶିଶୁପୁତ୍ର ଖେଳୁଥିବାବେଳେ ଘର ପାଖ ପୋଖରୀରେ ପଡି ତା'ର ମୃତ୍ୟୁ ହୋଇଯାଇଛି | ସୁଚନା ଅନୁସାରେ ଏହି ଗ୍ରାମର କୃଷ୍ଣ ହାଡିଙ୍କ ଦେଢ଼ ବର୍ଷର ଶିଶୁ ପୁତ୍ର ଦେବାଶିଷ ଘର ନିକଟରେ ଖେଳୁଥିବା ବେଳେ ନିକଟରେ ଥିବା ପୋଖରୀରେ ପଡିଯାଇଥିଲେ।
ପରିବାର ଲୋକେ ଖୋଜାଖୋଜି କରି ପୋଖରୀରୁ ଦେବାଶିଷକୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)