ଲକ୍ଷ୍ମଣନାଥରେ ସିଭିଲ୍‌ ଓ କ୍ରିମିନାଲ୍‌ କୋର୍ଟ କଂପ୍ଲେକ୍ସ ଉଦ୍‌ଘାଟିତ

ପୁରୁଣା ମାମଲାଗୁଡ଼ିକର ଶୀଘ୍ର ଫଇସଲା ପାଇଁ ମୁଖ୍ୟ ବିଚାରପତିଙ୍କ ନିର୍ଦ୍ଦେଶ

ଓଲମରା/ଲକ୍ଷ୍ମଣନାଥ : ଦୀର୍ଘ ପ୍ରତୀକ୍ଷା ପରେ ଜଳେଶ୍ଵରରୁ ସୀମାନ୍ତ ଲକ୍ଷ୍ମଣନାଥକୁ କୋର୍ଟ ସ୍ଥାନାନ୍ତର ହୋଇଛି । ୧ କୋଟି ୬୭ ଲକ୍ଷ ଟଙ୍କା ବ୍ୟୟରେ ଏଠାରେ ସିଭିଲ୍‌ ଓ କ୍ରିମିନାଲ କୋର୍ଟ କଂପ୍ଲେକ୍ସ ଉଦ୍‌ଘାଟିତ ହୋଇଥିବାବେଳେ ଏହି କଂପ୍ଲେକ୍ସରେ ବରିଷ୍ଠ ଦେଓ୍ବାନୀ ବିଚାରପତିଙ୍କ କୋର୍ଟ, ଅତିରିକ୍ତ ଜିଲ୍ଲା ଦୌରାଜଜ୍, ଦେଓ୍ବାନୀ ବିଚାରପତି, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌, ପରିବାର ସର୍କିଟ୍‌ କୋର୍ଟ ସହ ଓକିଲ ସଂଘର ଅଫିସ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍‌ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି କଂପ୍ଲେକ୍ସକୁ ଉଦ୍‌ଘାଟନ କରିଥିବାବେଳେ ଅନ୍ୟତମ ବିଚାରପତି ସଂଗ୍ରାମ କେଶରୀ ସାହୁ ଉପସ୍ଥିତ ଥିଲେ। ପୁରୁଣା ମାମଲାଗୁଡ଼ିକର ଯଥାଶୀଘ୍ର ସମାଧାନ ପାଇଁ କାର୍ଯ୍ୟରତ ବିଚାରପତିମାନେ ପଦକ୍ଷେପ ନେବାକୁ ମୁଖ୍ୟ ବିଚାରପତି ପରାମର୍ଶ ଦେବା ସହ ସମସ୍ତ ଆଇନଜୀବୀ ଏ ଦିଗରେ ସହଯୋଗ କରିବେ ବୋଲି ଆଶାବ୍ୟକ୍ତ କରିଥିଲେ।

ଏହି ସମାରୋହରେ ବାଲେଶ୍ବର ଜିଲ୍ଲା ଜଜ୍‌ ହିରଣ୍ମୟ ବିଶୋୟୀ, ପରିବାର ଅଦାଲତ ଜଜ୍‌ ଇନୁମୁଲୁ ବିଘ୍ନେଶ୍ୱର ରାଓ, ଜିଲ୍ଲା ଅତିରିକ୍ତ ସେସନ୍‌ସ ଜଜ୍‌ ସୁବାସ କୁମାର ବେହେରା, ବାଲେଶ୍ଵର ଚିଫ୍‌ ଜୁଡିସିଆଲ ମାଜିଷ୍ଟ୍ରେଟ୍‌ ଲଳିତା ମଞ୍ଜରୀ ପଟ୍ଟନାୟକ, ସିନିୟର ସିଭିଲ ଜଜ୍‌ ରୁଦ୍ରପ୍ରସାଦ ମହାପାତ୍ର, ଅତିରିକ୍ତ ସିନିୟର ସିଭିଲ ଜଜ୍‌ ସର୍ବେଶ୍ଵର ଦାସ, ସୁନୀତା ପଟ୍ଟନାୟକ, ସ୍ବୟମ୍‌ ପ୍ରକାଶ ଦାସ, ସିଭିଲ ଜଜ୍‌ ଆଶିଷ କୁମାର ସାହୁ, ବାଲେଶ୍ଵର ଏସ୍‌ଡିଜେଏମ୍‌ ବୈଶାଳୀ ନାୟକ, ଜେଏମ୍‌ଏଫ୍‌ସି (ଗ୍ରାମାଞ୍ଚଳ) ସଂଗ୍ରାମ କୁମାର ମିଶ୍ର, ଜେଏମ୍‌ଏଫ୍‌ସି ବିମଳଲକ୍ଷ୍ମୀ ଚୌଧୁରୀ, ମିଲନ ତାଣ୍ଡି, ପ୍ରକାଶ କୁମାର କର, ଅଙ୍ଗସ୍ବରୂପା ଚାଟାର୍ଜୀ, ହିତଶ୍ରୀ ବେହେରା, ମୋନାଲି ବେହେରା, ସୋନୀ ସିନିଲେ, ସୋମେଶ ସୌମ୍ୟଜିତ ପଣ୍ଡା, ଜିଲ୍ଲା ଲିଗାଲ୍‌ ସର୍ଭିସ ସମ୍ପାଦକ ସୁକୁମାର ମହାପାତ୍ର, ଜଳେଶ୍ଵର ସିନିୟର ସିଭିଲ ଜଜ୍‌ ଇନ୍ଦିରା ପ୍ରିୟଦର୍ଶିନୀ, ସିଭିଲ ଜଜ୍‌ ପାର୍ଥ ପ୍ରତୀକ, ଜଳେଶ୍ଵର ଜେଏମ୍‌ଏଫ୍‌ସି ଇରା ପଟ୍ଟନାୟକ, ସୋର ଜେଏମ୍‌ଏଫସି ତପନ କୁମାର ବେହେରା, ପ୍ରଜ୍ଞା ପାରମିତା ପ୍ରତିହାରୀ, ନୀଳଗିରି ସିନିୟର ସିଭିଲ ଜଜ୍‌ ମଧୁସ୍ମିତା ଜେନା, ଏସ୍‌ଡିଜେଏମ୍‌ ବିଭୁକଲ୍ୟାଣ ପାଢୀ, ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଏସ୍‌ପି ସୁଧାଂଶୁ ଶେଖର ମିଶ୍ର, ବାଲେଶ୍ଵର କୋର୍ଟର ରେଜିଷ୍ଟ୍ରାର ବିଜୟ କୁମାର ଦାସ, କୋର୍ଟ ମ୍ୟାନେଜର ଶଶିକାନ୍ତ ପ୍ରଧାନ, ସିଷ୍ଟମ୍‌ ଆସିଷ୍ଟାଣ୍ଟ ସନ୍ତୋଷ କୁମାର ବୈଠାରୁ, ଶିବପ୍ରସାଦ ରାଉତ, ଜଳେଶ୍ଵର ଓକିଲ ସଂଘର ଅନ୍ତରୀଣ ସଭାପତି ଅବଧୂତ ଜେନା, ସମ୍ପାଦକ ବିନୋଦ ବିହାରୀ ସାହୁ, କୋଷାଧ୍ୟକ୍ଷ ତୁଷାରକାନ୍ତି ମହାନ୍ତି, ସଭ୍ୟ ଚିନ୍ମୟ କୁମାର ଦାସ, ମଦନମୋହନ ରାଉଳ, ପ୍ରାକ୍ତନ ସଭାପତି ଅନିଲ କୁମାର ପରିଡ଼ା, ସତ୍ୟସୁନ୍ଦର ଦାସ, କୁଞ୍ଜବିହାରୀ ଦାସ, ନିତ୍ୟଗୋପାଳ ଦାସ, ଦେବକାନ୍ତ କାସ୍ତଙ୍କ ସମେତ ଜଳେଶ୍ଵରର ବହୁ ଓକିଲ, ସାମ୍ବାଦିକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର