ବାଲେଶ୍ବର: ବାଲେଶ୍ୱର ଜିଲ୍ଲା ସେରଗଡ଼ ଟୋଲଗେଟ ନିକଟରୁ ୯ରୁ ଅଧିକ ଗୋରୁଙ୍କୁ ଏକ ବସରେ ପୂରାଇ ଭଦ୍ରକରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାଯାଇଛି।

Advertisment

ବସଟି ପୂର୍ବରୁ ଏମିତି ଗୋରୁ ଚାଲାଣ କରୁଥିବା ବେଳେ ୪/୫ ଥର ଖସି ଯାଇଥିଲା। ହେଲେ ସୋମବାର ବିଳମ୍ବିତ ରାତିରେ ସ୍ଥାନୀୟ ଗୋ ସୁରକ୍ଷା ବାହିନୀ ଏଥର ତାକୁ ସେରଗଡ଼ ନିକଟରେ କାବୁ କରିବାକୁ ଚେଷ୍ଟା କରିଥିଲେ।
ଗୋ ସୁରକ୍ଷା କର୍ମୀ ଗୋରୁ ଭର୍ତ୍ତି ବସଟିକୁ ଧରିବାରେ ସଫଳ ହୋଇଥିଲେ ମଧ୍ୟ ଡ୍ରାଇଭର ଓ ହେଲପର ଫେରାର ଅଛନ୍ତି। ଏହାପରେ ବସଟିକୁ ଖନ୍ତାପଡ଼ା ଥାନା ପୁଲିସକୁ ହସ୍ତାନ୍ତର କରି ସ୍ଥାନୀୟ ମା ଭାରତୀ ଗୋ ସେବା କେନ୍ଦ୍ରରେ ଗୋରୁମାନଙ୍କୁ ଛଡ଼ାଯାଇଛି।