ବସ୍ତା୨: ବସ୍ତା ଥାନା ୧୬ ନମ୍ୱର୍ ଜାତୀୟ ରାଜପଥ ବସ୍ତା ବାଇପାସ୍ ନିକଟରେ ଦୁର୍ଗନ୍ଧରେ ପଥଚାରୀ ହନ୍ତସନ୍ତ ହେଉଛନ୍ତି। ବେଆଇନ ଗୋରୁ ଚାଲାଣକାରୀ ଦଲାଲମାନେ ଚାଲାଣ ହେଉଥିବା ମଲା ଗୋରୁଙ୍କୁ ଆଣି ରାଜପଥ ପାର୍ଶ୍ଵରେ ଫିଙ୍ଗୁଥିବା ଦେଖିବାକୁ ମିଳିଛି। ଫଳରେ ଅସହ୍ୟ ଦୁର୍ଗନ୍ଧରେ ଅଞ୍ଚଳ ଫାଟୁଥିବା ବେଳେ ଜାତୀୟ ରାଜପଥରେ ନିତିଦିନ ଯାତାୟାତ କରୁଥିବା ହଜାର ହଜାର ଗାଡ଼ିମଟର ସହିତ ପଥଚାରୀ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ମାତ୍ର ସବୁ ଜାଣିଶୁଣି ସ୍ଥାନୀୟ ପ୍ରଶାସନ ସହିତ ଜାତୀୟ ରାଜପଥ କର୍ତ୍ତୃପକ୍ଷ କହାଚାପରେ ଚୁପ୍ ହୋଇ ବସିଛନ୍ତି ନା ବେଆଇନ ଗୋରୁ ଚାଲାଣକାରୀ ଦଲାଲଙ୍କ ସହିତ ଭିତିରି ସମ୍ପର୍କ କାର୍ଯ୍ୟାନଷ୍ଠାନ କରେଇ ଦେଉନାହିଁ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Advertisment

ବସ୍ତା ବାଇପାସ୍ ଦେଇ ରାଜପଥରୁ ବସ୍ତା ବଜାର, ବାଲେଶ୍ୱରରୁ ଜଳେଶ୍ଵର,ଗାନ୍ଧୀଛକରୁ ବାଲିଆପାଳ ,ଲଙ୍ଗଳେଶ୍ବରକୁ ରାସ୍ତା ଲମ୍ବିଥିବା ବେଳେ ବିଭିନ୍ନ ଦୂରଦୂରାନ୍ତରୁ ହଜାର ହଜାର ଲୋକେ ଯାତାୟାତ କରିଥାନ୍ତି। ସେହିଭଳି ଉକ୍ତ ସ୍ଥାନରେ ବିଦ୍ୟୁତ୍ ଷ୍ଟ୍ରକଚର୍ ସହିତ ମାର୍ବଲ ସୋରୁମ୍ ଆଦି ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନ ଓ ଜନବସତି ରହିଛି। ଗୋ ମାଫିଆ ପ୍ରଶାସନ ଖୁଲ୍ଲମଖୁଲ୍ଲା ସମ୍ପର୍କ ଜାଣି ଲୋକେ ମୁହଁ ଖୋଲିବାକୁ ସାହସ କରୁନଥିବା ବେଳେ ସାଧାରଣରେ ଅସନ୍ତୋଷ ବହ୍ନି ଉଗ୍ରହୋଇ ବଡ଼ ଧରଣର ଆନ୍ଦୋଳନ ଦାନା ବାନ୍ଧିଥିବା ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି।