ନୀଳଗିରି: ନୀଳଗିରି ପୁଲିସ ଗତକାଲି ମଧ୍ୟରାତ୍ରିରେ କାହାଳିଆ ଅଞ୍ଚଳରେ ଚଢ଼ଉ କରି ଗୋରୁ ବୋଝେଇ ପିକଅପ ଜବତ କରିଥିବା ଜଣାପଡ଼ିଛି। ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ପୂର୍ବରୁ ସତର୍କତା ଅବଲମ୍ବନ କରିଥିଲା। ପିକଅପଟି ଦ୍ରୁତଗତିରେ ଯାଉଥିବା ବେଳେ ଗାଡ଼ିଟିକୁ ଅଟକାଇବା ପରେ ୧୧ଟି ଗୋରୁ ବୋଝେଇ ହୋଇଥିବା ଦେଖିବାକୁ ପାଇଥିଲେ। ଗାଡ଼ିଟିକୁ ଜବତ କରି ଥାନାରେ ରଖିବା ସହ ଗୋରୁଗୁଡ଼ିକ ମଧ୍ୟ ରଖାଯାଇଛି।

Advertisment

ଘଟଣାସ୍ଥଳରୁ ଗୋରୁ ବେପାରୀ ଓ ଡ୍ରାଇଭର ଖସି ପଳାଇଯାଇଥିଲେ। ପରେ ଗୋରୁଗୁଡ଼ିକୁ ପାଖ ଗୋଶାଳାକୁ ପଠାଇ ଦିଆଯିବ ବୋଲି ଜଣାପଡ଼ିଛି।ଖାଲି ନୀଳଗିରି ନୁହେଁ, ବିଭିନ୍ନ ଅଞ୍ଚଳରେ ଏବେ ବେଆଇନ ଗୋଚାଲାଣ କରାଯାଉଥିବା ଜଣାଯାଇଛି।