ବାଲେଶ୍ୱର: ବିଳମ୍ବିତ ରାତିରେ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରାଚାଲାଣ ବେଳେ ୫୭ନଂ ରାଜ୍ୟ ରାଜପଥର ନୟନ ଯୋଡ଼ିରେ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନ ଓଲଟିଥିଲା। ଏହାଫଳରେ ପିକଅପ ଭ୍ୟାନରେ ଥିବା ୬ଗୋରୁ ପ୍ରାଣ ହରାଇଥିବା ଜଣାଯାଇଛି। ଅନ୍ୟ ଏକ କଣ୍ଟେନରରୁ ୭୦ରୁ ଅଧିକ ଗୋରୁ ଜବତ ହୋଇଛନ୍ତି। ତେବେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି।

Advertisment

ସୂଚନା ଅନୁଯାୟୀ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଦୀର୍ଘ ଦିନ କିଛି ଦଲାଲଙ୍କ ସହାୟତାରେ ୬୦ନ ଜାତୀୟ ରାଜପଥ ଦେଇ ଗୋରୁ ଚୋରାଚାଲାଣ ହେଉଛି।
ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ଗୋରୁ ଦଲାଲ ପୁଲିସ ବିଭାଗର କିଛି ଅସାଧୁ କର୍ମଚାରୀଙ୍କୁ ହାତ କରି ୫୭ନଂ ରାଜ୍ୟ ରାଜପଥ ଦେଇ ପଶ୍ଚିମବଙ୍ଗକୁ ଚାଲାଣ କରୁଛନ୍ତି। ତେବେ ଆଜି ବିଳମ୍ବିତ ରାତିରେ ଏକ ପିକଅପ ଭ୍ୟାନ୍ ଓ ଏକ କଣ୍ଟେନରରେ ଗୋରୁଚାଲାଣ ହେଉଥିଲା ବେଳେ ଜଳେଶ୍ୱର ଥାନା କାଶିଡ଼ିଆଠାରେ ନୟନ ଯୋଡ଼ିରେ ପିକଅପ ଭ୍ୟାନଟି ଓଲଟି ପଡିଥିଲା।

ପିକଅପ ଭ୍ୟାନରେ ଥିବା ୬ଗୋରୁର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ଏକ କଣ୍ଟେନର ଅଟକ ରଖାଯାଇଥିଲା ବେଳେ ଖବର ପାଇ ଜଳେଶ୍ୱର ପୁଲିସ ଘଟଣାସ୍ଥଳରେ ପହଞ୍ଚି କଣ୍ଟେନରରେ ଥିବା ୭୦ରୁ ଅଧିକ ଗୋରୁ ଜବତ କରାଯାଇ ବାଲେଶ୍ୱର ସ୍ଥିତ ଗୋଶଳାକୁ ପଠାଯାଇଥିଲା ବେଳେ ପିକଅପକୁ ପୁଲିସ ଜବତ କରି ତଦନ୍ତ ଜାରି ରଖିଛ। ଘଟଣାସ୍ଥଳରୁ ଉଭୟ ଗାଡ଼ିର ଡ୍ରାଇଭ ଫେରାର ହୋଇ ଯାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତକାଲି ବାଲେଶ୍ୱର ଜିଲ୍ଲା ଖଇରା ଥାନା ବାଙ୍କିତିରା ଛକରେ ଗୋରୁ ବୋଝେଇ ଏକ ପିକଅପ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ପିକଅପଟି ବେଆଇନ ଭାବେ ଗୋରୁ ବୋଝେଇ କରି ନେଇ ଯାଉଥିଲା। ପିକଅପରେ ୮ଟି ଗୋରୁ ଥିବା ବେଳେ ଗାଡ଼ିଟି ଓଲଟି ପଡିବାରୁ ୪ଟି ଗୋରୁଙ୍କର ମୃତ ହୋଇଥିଲା। ଡ୍ରାଇଭର ଜଣକ ଫେରାର ହୋଇଯାଇଥିବା ବେଳେ ହେଲ୍ପରକୁ ସ୍ଥାନୀୟ ଲୋକେ ଅଟକ ରଖିଥିଲେ। ଗତବର୍ଷ ବାଲେଶ୍ୱର ଜିଲ୍ଲାରେ ଏଭଳି ଏକ କଣ୍ଟେନର ଓଲଟି ପଡ଼ିବାରୁ ୩୩ଜଣ ଗୋରୁଙ୍କ ମୃତ୍ୟୁ ଘଟିଥିଲା।