ଜାଲରେ ପଡ଼ିଲା କୁମ୍ଭୀର

ଗାନ୍ଧୀଛକ : ବାଲେଶ୍ଵର ସଦର ବ୍ଲକ ଛାନୁଆ ଘଡ଼େଇ ଛକ ନିକଟ ପଞ୍ଚୁପଡ଼ା ନଦୀରୁ ଆଜି ଗାଁ ଲୋକେ ୬ ଫୁଟ୍‌ ଲମ୍ବର ଏକ କୁମ୍ଭୀରକୁ ଧରିଛନ୍ତି । ସୂଚନା ମୁତାବକ, ନଦୀର ଏହି ସ୍ଥାନରେ ଚାରିଦିନ ହେଲା ୩/୪ ଟି କୁମ୍ଭୀର ଉତ୍ପାତ କରୁଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଆଜି ସକାଳେ ଗ୍ରାମବାସୀ ଜାଲ ପକାଇବା ସମୟରେ ଏକ କୁମ୍ଭୀର ଜାଲରେ ଲାଗିଥିଲା । ଖବର ପାଇ ବାହାବଳପୁର ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରଟିକୁ ନେଇ ଯାଇଥିଲେ । ପଞ୍ଚୁପଡ଼ା ନଦୀରୁ କୁମ୍ଭୀର ଧରାହେବା ପରେ ସ୍ଥାନୀୟ ଲୋକମାନଙ୍କ ଭିତରେ ଛନକା ସୃଷ୍ଟି ହୋଇଥିବା ବେଳେ ଭୟରେ ନଦୀକୁ ସ୍ନାନଶୌଚ ପାଇଁ କେହି ଯାଉନଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର