କେକେଏସ କଲେଜ ସାମ୍ନାରେ ରାସ୍ତା ପାଲଟିଛି ମରଣଯନ୍ତା

ବାଲେଶ୍ୱର: ବାଲେଶ୍ୱର ପୌରପାଳିକା ଅନ୍ତର୍ଗତ ୨୫ ନମ୍ବର ୱାର୍ଡର ସୁଏଲପୁରସ୍ଥିତ କୁନ୍ତଳା କୁମାରୀ ସାବତ(କେକେଏସ) ମହିଳା କଲେଜ ମୁଖ୍ୟଫାଟକ ସାମ୍ନାରେ ରାସ୍ତା ପାଲଟିଛି ମରଣଯନ୍ତା। ରାସ୍ତା ମଝିରେ ଯାଇଥିବା ଏକ ଡ୍ରେନ ଉପର ପ୍ଲେଟଗୁଡ଼ିକ ନଷ୍ଟ ହୋଇଯାଇଥିବାରୁ ଏପରି ହୋଇଛି। ମାସେହେଲା ଏହି ସ୍ଥାନରେ ଏପରି ସମସ୍ୟା ସୃଷ୍ଟି ହୋଇଥିବା ବେଳେ ନା ପୌରସଂସ୍ଥା ନା ଆର ଆଣ୍ଡ ବି କର୍ତ୍ତୃପକ୍ଷ କାହାରି ଆଖିକୁ ଦେଖାଯାଉନାହିଁ। ପ୍ରତିଦିନ ଏହି ରାସ୍ତାରେ ମଣ୍ଡଳବଜାର, ମାଣିଖମ୍ବ, ଦାମୋଦରପୁର, ବାଲିଘାଟ ଓ ସେପଟେ ଥିବା ଗ୍ରାମାଞ୍ଚଳର ଲୋକ ଯାନବାହନ ନେଇ ଯାତାୟାତ କରୁଛନ୍ତି। ତା ଛଡ଼ା ନିକଟରେ ଥିବା କେକେଏସ ମହିଳା ଓ ବାଲେଶ୍ୱର ମହିଳା କଲେଜର ହଜାର ହଜାର ଛାତ୍ରୀ ଏହି ରାସ୍ତା ଉପରେ ର୍ନିଭର କରୁଛନ୍ତିଯ ତେଣୁ କେତେବେଳେ ସେଠାରେ ଦୁର୍ଘଟଣା ଘଟି କଣ ଯେ ହେବ ତାହା କହିହେବନିଯ ଦୁଇ କଲେଜର ଛାତ୍ରୀ, ଅଧ୍ୟାପକ ଓ ଅଞ୍ଚଳବାସୀ ତୁରନ୍ତ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର