ଔପଦାରେ ମୃତ ବାରହା ଉଦ୍ଧାର

ବାଲେଶ୍ବର: ଆଜି ଔପଦା ବନ ବିଭାଗ ଅଧୀନରେ ଥିବା ବାଘାଆମ୍ପୁଡା ବିଟ କ୍ରସର ଛକ ପାଖରେ ଥିବା ଏକ ବାଡ଼ିରେ ଗୋଟିଏ ବାରହା ମୃତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଆଜି ସକାଳୁ ସ୍ଥାନୀୟ ଲୋକମାନେ ସେହି ରାସ୍ତା ଦେଇ ଯିବାବେଳେ ଏହି ବାରହାଟି ମରି ପଡ଼ିଥିବାର ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଏବଂ ସବୁଜ ବାହିନୀର କର୍ମଚାରୀମାନେ ଆସି ମୃତ ବାରହାଟିକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ସୋର ପଶୁ ଚିକିତ୍ସାଳୟକୁ ପଠାଇଥିବା ଔପଦା ରେଞ୍ଜର ବବିତା ସୋରେନ ସୂଚନା ଦେଇଛନ୍ତି।

ବାରମ୍ବାର ଶିକାରୀଙ୍କ ଫାଶରେ ନିରୀହ ବନ୍ୟଜନ୍ତୁ ବଳି ପଡୁଥିବାର ଦେଖିବାକୁ ମିଳୁଛି। ଔପଦା, ବଡ଼ପୋଖରୀ ଅଂଚଳରେ ଅନେକ ଶିକାରୀ ଏପରି ଶିକାର କରୁଥିବା ଅଭିଯୋଗ ହେଉଥିଲେ ମଧ୍ୟ ସେମାନଙ୍କ ବିରୋଧରେ ଠୋସ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିନାହିଁ।

ସମ୍ବନ୍ଧିତ ଖବର