ଖଇରା: ଖଇରା ବ୍ଲକ ରପେୟା ପଞ୍ଚାୟତ ଅଧୀନ ରାଣୀତାଲ-ବରଦା ମୁଖ୍ୟ କେନାଲ ବନ୍ଧର ବଳରାମପୁର ଛକ ନିକଟରେ ଏକ ଅଖାରେ ଭର୍ତ୍ତି ଅଚିହ୍ନା ଯୁବକଙ୍କ ମୃତଦେହ ଠାବ ହୋଇଛି। ଆଜି ବଳରାମପୁର କେନାଲ ବନ୍ଧ ନିକଟରେ ଏକ ଅଖାରେ କିଛି ଭର୍ତ୍ତି ହୋଇ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ।ପରେ ସନ୍ଧେହ ହେବାରୁ ସିମୁଳିଆ ପୁଲିସକୁ ଖବର ଦେଇଥିଲେ।

Advertisment

ସିମୁଳିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଖାଟିକୁ ଖୋଲିଥିଲେ।ସେଥିରେ ଜଣେ ଯୁବକଙ୍କ ମୃତଦେହ ଥିବା ଦେଖିବାକୁ ମିଳିଥିଲା।ଏପଯ୍ୟନ୍ତ ଯୁବକଙ୍କ ପରିଚୟ ମିଳିନଥିବା ବେଳେ କେହି ଉକ୍ତ ଯୁବକଙ୍କୁ ହତ୍ୟା କରି କେନାଲ ବନ୍ଧ ନିକଟରେ ଫିଙ୍ଗିଦେଇଥିବା ପୋଲିସ ସନ୍ଦେହ କରୁଛି। ପୂର୍ବରୁ ଏହି ସ୍ଥାନରେ ଏକାଧିକ ମୃତଦେହ ଉଦ୍ଧାର ହୋଇଥିବାବେଳେ ଏହି କେନାଲ ବନ୍ଧଟି ନିଛାଟିଆ ହୋଇଥିବା ଯୋଗୁଁ ଅନେକ ସମୟରେ ଦୁର୍ବୃତ୍ତମାନେ ହତ୍ୟା କରି ମୃତଦେହକୁ ଏଠାରେ ଫିଙ୍ଗିଦେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।