ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ବିଲବାଙ୍କିଆ ଛକ ନିକଟସ୍ଥ ବିଲ ମଝିରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବକ ହେଲେ ନଦୀଗାଁ ପଞ୍ଚାୟତ କାନପୁର ଗ୍ରାମର ବାପାନ ସିଂ(୨୮)। ବାପାନ ଗତ ଚାରି ଦିନ ଧରି ନିଖୋଜ ଥିବା ବେଳେ ଆଜି ସକାଳେ ସ୍ଥାନୀୟ ଲୋକେ ତାଙ୍କୁ ବିଲମଝିରେ ମୁହଁ ମାଡ଼ି ପଡ଼ିଥିବାର ଦେଖି ପରିବାର ଲୋକଙ୍କୁ ଖବର ଦେବା ସହିତ ସୋର ପୁଲିସକୁ ଖବର ଦେଇଥିଲେ।

Advertisment

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ସୋର ଡାକ୍ତରଖାନାକୁ ନେବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଣେ ଯୁବକ ଜଣଙ୍କ ମାନସିକ ବିକାରଗ୍ରସ୍ତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।