ସୋର: ୨୦୨୪ ସାଧାରଣ ନିର୍ବାଚନକୁ ଆଉ କିଛିଦିନ ବାକି ରହିଛି। ବିଭିନ୍ନ ରାଜନୈତିକ ଦଳ ଓ ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରୁଥିବା ପ୍ରାର୍ଥୀମାନେ ସାଧାରଣ ଭୋଟରଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଉଛନ୍ତି ହେଲେ ସୋର ବାସୀଙ୍କର ମୁଖ୍ୟ ମୁଦ୍ଦା ସବ୍ଡିଭିଜନ୍ ପ୍ରତିଷ୍ଠା ପାଇଁ ଦୀର୍ଘ ପଚାଶ ବର୍ଷରୁ ଉର୍ଦ୍ବ ଦିନ ଧରି ଦାବି ହୋଇ ଆସୁଥିଲେ ମଧ୍ୟ ଚଳିତ ନିର୍ବାଚନରେ ଏହି ପ୍ରସଙ୍ଗକୁ ଅଣାଦେଖା କରାଯିବାକୁ ସାଧାରଣ ଭୋଟର ନାପସନ୍ଦ କରୁଛନ୍ତି।
ଗତ ୧୯୭୨ ମସିହାରେ ରାଜ୍ୟରେ ଜିଲା ପୁର୍ନଗଠନ ପାଇଁ ଗଠିତ ଦାସ କମିଶନଙ୍କ ରିପୋର୍ଟରେ ସୋରକୁ ଏକ ସବ୍ ଡ଼ିଭିଜନ କରାଯିବା ପାଇଁ ସମସ୍ତ ପ୍ରକାର ଅନୁକୂଳ ଭିତ୍ତିଭୂମି ଏବଂ ଉକୃଷ୍ଟ ପରିବେଶ ଥିବା ଦର୍ଶାଯାଇଥିବା ସତ୍ୱେ ଆଜକୁ ଅର୍ଦ୍ଧଶତ ବର୍ଷ ବିତି ଯାଇଥିଲେ ସୁଦ୍ଧା ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଏହାକୁ ଉପେକ୍ଷା କରାଯାଇଛି ।
ଏହା ମଧ୍ୟରେ ସୋର ବିଧାନସଭା ଆସନକୁ ସଂରକ୍ଷିତ କରାଯାଇ ବାଲେଶ୍ୱରରୁ ଭଦ୍ରକ ଲୋକସଭାରେ ସାମିଲା କରାଯାଇଛି । ଏହି ସମୟକାଳରେ ୧୨ ଥର ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇ ଲୋକସଭା ଏବଂ ବିଧାନ ସଭାରେ ୨୪ ସାଂସଦ ଏବଂ ବିଧାୟକ ପ୍ରତିନିଧିତ୍ୱ କରିସାରିଛନ୍ତି । ଆଜି ପର୍ଯ୍ୟନ୍ତ କେହି ଜଣେ ହେଲେ ପ୍ରତିନିଧି ସମସ୍ତ ଭିତ୍ତିଭୂମି ଥିବା ସୋରକୁ ଏକ ସବ-୍ଡିଭିଜନ ଗଠନ କରିବାର ଦାବି ଉପଯୁକ୍ତ ଭାବେ ଉପସ୍ଥିପନା କରି ନାହାଁନ୍ତି। ଯାହାକୁ ନେଇ ଆଗାମୀ ନିର୍ବାଚନ ପୂର୍ବରୁ ଜନତା ଏ ପ୍ରସଙ୍ଗକୁ ଅଣଦେଖା କରାଯାଉଥିବାରୁ ନାପସନ୍ଦ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/Soro-CHC.jpg)