ସୋର: ବାଲେଶ୍ବର ଜିଲ୍ଲା ସୋର ପୌରପାଳିକା ଅନ୍ତର୍ଗତ କଲେଜଛକରେ ଥିବା ଏକ ଘରୋଇ କ୍ଲିନିକର ଜଣେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତରଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଡାକ୍ତରଙ୍କୁ ଗୁରୁତର ଭାବେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। 

Advertisment

ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳର ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ବ୍ରଜ ସୁନ୍ଦର ସ୍ୱାଇଁ ସୋର ମେଡ଼ିକାଲରେ ଚାକିରି କରିଥିଲେ। କିନ୍ତୁ ଚାକିରିରୁ ସ୍ବେଛାକୃତ ଅବସର ନେଇ କଲେଜ ଛକରେ ଏକ କ୍ଲିନିକ କରି ରୋଗୀ ଦେଖୁଥିଲେ। ଆଜି ସନ୍ଧ୍ୟାରେ ଡାକ୍ତର ଶ୍ରୀ ସ୍ୱାଇଁ ନିଜ କ୍ଲିନିକରୁ ରୋଗୀ ଦେଖି ସାରି ଘରକୁ ଯିବା ପାଇଁ କ୍ଲିନିକ ଆଗରେ ଥିବା ତାଙ୍କ କାର ନିକଟକୁ ଯାଉଥିଲେ। ଏହି ସମୟରେ ଛଅ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ପଛରୁ ତାଙ୍କୁ ଦୁଇଟି କଟୁରୀରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ବେକରେ ଗଭୀର କ୍ଷତ ସୃଷ୍ଟି ହେବା ସହିତ ସେ ଗୁରୁତ୍ତର ଆହତ ହୋଇଥିଲେ।

ଆଜି ସନ୍ଧ୍ୟାରେ ଡାକ୍ତର ଶ୍ରୀ ସ୍ୱାଇଁ ନିଜ କ୍ଲିନିକରୁ ରୋଗୀ ଦେଖି ସାରି ଘରକୁ ଯିବା ପାଇଁ କ୍ଲିନିକ ଆଗରେ ଥିବା ତାଙ୍କ କାର ନିକଟକୁ ଯାଉଥିଲେ। ଏହି ସମୟରେ ଛଅ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ପଛରୁ ତାଙ୍କୁ ଦୁଇଟି କଟୁରୀରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ବେକରେ ଗଭୀର କ୍ଷତ ସୃଷ୍ଟି ହେବା ସହିତ ସେ ଗୁରୁତ୍ତର ଆହତ ହୋଇଥିଲେ।

soro

ସଙ୍ଗେସଙ୍ଗେ ତାଙ୍କ ବାପା ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ସୋରରେ ଥିବା ଏକ ଘରୋଇ କ୍ଲିନିକରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲକୁ ଅଧିକ ଚିକିତ୍ସାପାଇଁ ଯାଇଥିବା ଜଣାପଡ଼ିଛି। ଖବର ପାଇ ସୋର ଥାନାଧିକାରୀ ସୁଦୀପ୍ତ ସାହୁ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣରେ ବ୍ୟବହୃତ କଟୁରୀ ଦୁଇଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଆକ୍ରମଣର କାରଣ ଜଣାପଡ଼ିନାହିଁ।

Balasore 

ରିପୋର୍ଟ: ଅଭୟ କୁମାର ପତ୍ରୀ