ବସ୍ତା: ନଦୀରୁ ଉଦ୍ଧାର ହେଲା ଡଲଫିନ। ପୋଖରୀରେ ଛାଡ଼ିଲେ ଗାଁ ଲୋକ। ଡଲଫିନକୁ ନଦୀରୁ ଉଦ୍ଧାର କରିବା ପରେ କାନ୍ଧରେ ଧରି ଗାଁଦାଣ୍ଡରେ ବୁଲିଲେ। ପରେ ଗାଁ ଲୋକେ ନଳବାର ଗାଁ ମଠ ପୋଖରୀରେ ଡଲଫିନକୁ ଛାଡ଼ି ଦେଇଥିଲେ। ବାଲେଶ୍ବର ଜିଲ୍ଲାର ବସ୍ତା ଅଞ୍ଚଳରେ ଦେଖିବାକୁ ମିଳିଛି ଏମିତି ଅଭାବନୀୟ ଦୃଶ୍ୟ।