ବାଲେଶ୍ୱର ଷ୍ଟେସନରୁ ନକଲି ମହିଳା ଜିଆରପି ଗିରଫ

ବାଲେଶ୍ୱର: ବାଲେଶ୍ୱର ରେଳ ଷ୍ଟେସନରୁ ରବିବାର ମଧ୍ୟ ରାତ୍ରିରେ ଜଣେ ନକଲି ମହିଳା ଜିଆରପି ଗିରଫ ହୋଇଛି। ମିଳିଥିବା ସୂଚନା ଅନୁସାରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ସହିଦାପୁର ଗ୍ରାମର ଉମାକାନ୍ତ ରାଉତଙ୍କ ଝିଅ ଶ୍ରଦ୍ଧା ହେଉଛନ୍ତି ଅଭିଯୁକ୍ତ। ରାତି ଅଧରେ ଷ୍ଟେସନ ଭିତରେ ନିଜକୁ ଜିଆରପି ପୁଲିସର ପରିଚୟ ଦେଇ ଶ୍ରଦ୍ଧା ବେଆଇନ ଚାନ୍ଦା ଅସୁଲି କରୁଥିଲା। ଏ ନେଇ କିଛି ସଚେତନ ଯାତ୍ରୀଙ୍କ ମନରେ ସନ୍ଦେହ ହେବାରୁ ସେମାନେ ଜିଆରପିକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ଜିଆରପି ପୁଲିସ ପହଞ୍ଚି ଶ୍ରଦ୍ଧାକୁ ଭାରତୀୟ ଦଣ୍ଡ ସଂହିତା ଧାରା ୪୧୯, ୪୨୦ରେ ମାମଲା ରୁଜୁ କରିଛି। ପଚରାଉଚରା ବେଳେ ଶ୍ରଦ୍ଧା ପୁଲିସ ନିଜର ନାମ ଅନୁରାଧା, ରୋଜା ଓ ନମିତା ବୋଲି ପରିଚୟ ଦେଇଛି।

ସମ୍ବନ୍ଧିତ ଖବର