ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ଵାର୍ଡ ନମ୍ବର ୨(ଘାଟବର ସାହି) ଓ ଓ୍ଵାର୍ଡ ନମ୍ବର ୬(ମଙ୍ଗଳା ସାହି)ରେ ବୁଧବାର ସକାଳୁ ମାଙ୍କଡ ଆତଙ୍କ ଦେଖାଯାଇଛି। ଏହି ଘଟଣାରେ ଆକ୍ରମଣର ଶିକାର ହୋଇଥିବା ୮ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେମାନଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସକାଳୁ ଲୋକମାନେ ଘର ବାହାରେ ଛିଡା ହୋଇଥିବା ବେଳେ ପାଗଳ ମାଙ୍କଡ଼ ଜଣକୁ ଜଣ ଏପରି ୮ଜଣଙ୍କୁ ଆକ୍ରମଣ କରିଥିଲା। ଓ୍ଵାର୍ଡ ନମ୍ବର ୨ର ମଞ୍ଜୁ ରଣା, ଶୈଳବାଳା ମିଶ୍ର, ରବୀନ୍ଦ୍ର ଦାସ, ରଶ୍ମିତା ନାଥ, ଜ୍ୟୋତିମୟୀ ଦାସ, ଗଦାଧର ଦାଶ, କୁଶ ସିଂହ ଓ ଓ୍ଵାର୍ଡ ନମ୍ବର ୬ର ରିତିକ କୁମାରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ନୀଳଗିରି ହସ୍ପିଟାଲରେ ୧୦୮ ଆମ୍ବୁଲାନ୍ସର ଅଭାବ ଯୋଗୁଁ ଗୁରୁତରଙ୍କୁ ଦମକଳ ଗାଡ଼ିରେ ହସ୍ପିଟାଲ ନିଆଯାଇଥିଲା। ଅନ୍ୟପକ୍ଷରେ ଆତଙ୍କ ପରେ ମାଙ୍କଡ଼ ନିଜ ରାସ୍ତାରେ ଚାଲି ଯାଇଥିଲା। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଥିଲେ ସୁଦ୍ଧା ମାଙ୍କଡକୁ ଧରିବାକୁ ବିଫଳ ହୋଇଥିଲା। ବନ ବିଭାଗର ରେଞ୍ଜର ଦେବେନ୍ଦ୍ର ପାତ୍ର କହିଥିଲେ ଗୁରୁବାର ମାଙ୍କଡ଼ଧରାଳି ଟିମ୍ ଆସିବେ ଓ ମାଙ୍କଡ଼କୁ ଧରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/Untitled-1-9.jpg)