ବାଲେଶ୍ବର: ହାତୀ ହାଟ ଉଜାଡ଼ିଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍ ପୁରୁଷୋତ୍ତମପୁର ପଞ୍ଚାୟତ ପଣିସାପଡ଼ା ଗ୍ରାମ ହାଟ ପଡ଼ିଆରେ।
ଗତକାଲି ପଣିସାପଡ଼ା ଗ୍ରାମ ହାଟ ପଡ଼ିଆରେ ହାଟ ଚାଲିଥିଲା। ଧୀରେ ଧୀରେ ଅନ୍ଧାର ମାଡ଼ିଆସୁଥିଲା। ଏପରି ସମୟରେ ହଠାତ୍ ଏକ ଦନ୍ତା ହାତୀ ନିକଟସ୍ଥ ଜଙ୍ଗଲରୁ ବାହାରି ହାଟ ଭିତରକୁ ପଶିଆସିଲା। ଫଳରେ ବ୍ୟବସାୟୀ ଓ ଗ୍ରାହକ; ଯିଏ ଯୁଆଡ଼େ ପାରିଲେ ଦୌଡ଼ିଲେ। ଏପଟେ ହାତୀଟି ବିକ୍ରି ପାଇଁ ବ୍ୟବସାୟୀମାନେ ଗଦା କରିଥିବା ବିଭିନ୍ନ ପ୍ରକାର ପନିପରିବା ବୁଲି ବୁଲି ଖାଇଥିଲା। ଲୋକମାନେ ହାତୀଟିକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ହେଲେ ତାହା ଫଳପ୍ରଦ ହୋଇ ନ ଥିଲା। ପରେ ବନ ବିଭାଗର କର୍ମଚାରୀମାନେ ପହଞ୍ଚି ହାତୀଟିକୁ ଘଉଡ଼ାଇ ଦେଇଥିବା ଜଣାପଡ଼ିଛି।
ଆଗରୁ ବସ୍ତା ଅଞ୍ଚଳକୁ ହାତୀ ଆସୁ ନ ଥିଲେ। ହେଲେ ଗତ କିଛି ବର୍ଷ ହେବ, ଏଠାରେ ହାତୀମାନେ ବିଚରଣ କରୁଛନ୍ତି। ଉଭୟ ଝାଡ଼ଖଣ୍ଡୀ ଓ ଶିମିଳିପାଳ ହାତୀ ଖାଦ୍ୟ ଅନ୍ବେଷଣରେ ବସ୍ତା ସହ ଜଳେଶ୍ବର ଅଞ୍ଚଳକୁ ଆସୁଥିବା ଦେଖିବାକୁ ମିଳିଛି।
ବାଲେଶ୍ବର: ହାଟ ଉଜାଡ଼ିଲା ହାତୀ, ବୁଲି ବୁଲି ଖାଇଗଲା ପନିପରିବା
/sambad/media/post_attachments/wp-content/uploads/2022/03/19041312_303.jpg)
/sambad/media/agency_attachments/2024-07-24t043029592z-sambad-original.webp)