ପାଣି ପିଇବାକୁ ଆସି ଖାଲରେ ଗଳିପଡ଼ିଲା ହାତୀ

ସୋର: ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଗଡ଼ସାହି ପଂଚାୟତ ପଶ୍ଚିମା ଘାଟି ନିକଟରେ ଗୋଟିଏ ବଡ଼ ଖାଲରେ ପଡ଼ିଲା ହାତୀ। ଏହି ହାତୀଟି ଗତକାଲି ରାତିରେ ପାଣି ପିଇବାକୁ ଆସି ଏଠାରେ ପଡ଼ିଯାଇଥିଲା। ସ୍ଥାନୀୟ ଲୋକମାନେ ଘାଟି ନିକଟରେ ଥିବା ମନ୍ଦିର ନିକଟକୁ ପୂଜା କରିବାକୁ ଆସିଥିବା ବେଳେ ହାତୀ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗୋଟିଏ ଜେସିବି ଦ୍ୱାରା ଦନ୍ତା ହାତୀଟିକୁ ଉଦ୍ଧାର କରିଥିଲେ। ଗତକାଲି ବିଳମ୍ବିତ ରାତିରେ ହାତୀପଲ ଏହି ବାଟ ଦେଇ ଯାଉଥିବା ବେଳେ ଗୋଟିଏ ଦନ୍ତାହାତୀ ଖାଲରେ ପଡ଼ିଯାଇଥିଲା।

ସମ୍ବନ୍ଧିତ ଖବର