ଜଳେଶ୍ବର ରେଞ୍ଜରେ ଶିମିଳିପାଳ ହାତୀପଲ, ଲୋକେ ଆତଙ୍କିତ

ଓଲମରା : ଶିମିଳିପାଳର ଏକ ହାତୀପଲ ଗତକାଲି ଜଳେଶ୍ବର ରେଞ୍ଜର ଟିକପଦା ଦେଇ ଲୁହାପଡ଼ାରେ ପସିଥିବା ଜଣାପଡ଼ିଛି । ଗତ ସପ୍ତାହରେ ଶିମିଳିପାଳ ହାତୀ ଜଳେଶ୍ବର ରେଞ୍ଜର ଆମତୁମ୍ବା, ଦୁଧିଅଷୋଳ, କ୍ଷୀରକୋଳିସାହି, ଲୁହାପଡ଼ା ଅଞ୍ଚଳରେ ବ୍ୟାପକ ଧାନଫସଲ ନଷ୍ଟ କରି ରାସଗୋବିନ୍ଦପୁର ରେଞ୍ଜର ହରିଣାଷୋଳ ଓ ବାଁସୁଳି ଜଙ୍ଗଲକୁ ପଳାଇଯାଇଥିବା ବେଳେ ଗତକାଲି ରାତିରେ ପୁଣି ଏହି ଅଞ୍ଚଳକୁ ସେମାନଙ୍କ ପ୍ରବେଶ ସ୍ଥାନୀୟ ଚାଷୀ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଦେଇଛି।

ବର୍ତ୍ତମାନ ଧାନ ଅମଳ ଚାଲିଥିବାରୁ ବିଲରେ ଧାନ କଟାଯାଇ ପଡ଼ିଛି। ହାତୀମାନଙ୍କ ଏହି ଉପଦ୍ରବରୁ  ଧାନ ଘରକୁ କିପରି ଆସିବ ତାହା ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ବନବିଭାଗ ଅଳ୍ପ କିଛି ବାଣ ଓ ମଶାଲ ଧରି ହାତୀ ଘଉଡ଼ାଇବା ପାଇଁ ଜଗିଥିବା ଦେଖିବାକୁ ମିଳିଛି । ହାତୀ ଟ୍ରେଞ୍ଚ୍‌ ମଧ୍ୟ ଅଳ୍ପ ଖୋଳାଯାଇଛି । ଯଦି ଆଉ ଗୋଟିଏ ଟ୍ରେଞ୍ଚ୍‌ ଲୁହାପଡ଼ାରୁ କେନ୍ଦୁଖୁଣ୍ଟା ଆଡ଼କୁ ଖୋଳା ହୋଇପାରନ୍ତା ତା’ହେଲେ ହାତୀଙ୍କ ଆତଯାତ ଉପରେ ରୋକ୍‌ ଲଗାଯାଇପାରନ୍ତା ବୋଲି ସ୍ଥାନୀୟ ଲୋକ କହୁଛନ୍ତି । ଯଥାଶୀଘ୍ର ଟ୍ରେଞ୍ଚ୍ ଖୋଳିବା ନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ଦାବି କରିଆସୁଛନ୍ତି ।

ସମ୍ବନ୍ଧିତ ଖବର